ଭଙ୍ଗାବନ୍ଧ ଏମ୍‌ଆଇପିରେ ଟଙ୍କା ହରିଲୁଟ୍‌

ରଗଡି,୧୧।୫(ଡି.ଏନ.ଏ.): ଯାଜପୁର ଜିଲାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) ଚାଷୀଙ୍କ ବିପଦ ସମୟରେ କାମରେ ଲାଗୁନି। ଜିଲାର କୋରେଇ ବ୍ଲକ ଅନ୍ତର୍ଗତ କେତେକ ଏମ୍‌ଆଇପିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। କେତେକ ପ୍ରକଳ୍ପରେ ଏଷ୍ଟିମେଟ ଅନୁଯାୟୀ କାମ ନ କରି ଅର୍ଥ ହଡପ କରାଯାଇଛି ତ ଆଉ କେଉଁଠି ବିନା ସୂଚନା ଫଳକରେ ନିମ୍ନମାନର କାମ କରି ଠିକାଦାର ଛତ୍ରଭଙ୍ଗ ଦେଇଛନ୍ତି। ଏହି ବ୍ଲକର ତଳଗଡ଼ ପଞ୍ଚାୟତ ମଙ୍ଗରାଜପୁର(ବନ୍ଦି) ନିକଟରେ ଥିବା ଭଙ୍ଗାବନ୍ଧ ମରାମତି ନାମରେ ଠିକାଦାର ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଏହି ଭଙ୍ଗାବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଯାଜପୁର ଏମ୍‌ଆଇପି ବିଭାଜନ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୫୮ ଲକ୍ଷ ୪୦ ହଜାର ୮୨ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ପ୍ରକଳ୍ପ ୪ା୨ା୨୦୧୯ରୁ କାର୍ଯ୍ୟ ଆରମ୍ଭ ହୋଇ ୩ା୧୨ା୨୦୧୯ ତାରିଖ ସୁଦ୍ଧା ଶେଷ କରିବାକୁ ଚୁକ୍ତିନାମା ରହିଥିଲା । ମଙ୍ଗରାଜପୁର, ବନ୍ଦି ଓ କଣ୍ଟାଝରି ଗ୍ରାମ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହେବା ସହିତ ୭୦ ଏକରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଥିଲା। ହେଲେ ଠିକାଦାରଙ୍କ ମନମୁଖୀ କାମ ଓ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋଭାବ ପାଇଁ ଉକ୍ତ ପ୍ରକଳ୍ପ ଅଧାରେ ଅଟକିଥିବା ଗ୍ରାମବାସୀ କହିଛନ୍ତି । ୫୮ ଲକ୍ଷ ଟଙ୍କାର ଏହି କାର୍ଯ୍ୟକୁ ଯେନେତେନ କରି ଠିକାଦାର ବିଲ କରିବାକୁ ମସୁଧା କରୁଥିବା ଗ୍ରାମବାସୀ କହିଛନ୍ତି । ଅଭିଯୋଗ କ୍ରମେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜି. ରାମାକୃଷ୍ଣନ ଉକ୍ତ ସ୍ଥାନରେ ପହଞ୍ଚି ଠିକାଦାରଙ୍କୁ ତାଗିଦ କରିବା ସହିତ ଠିକ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା ା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ପ୍ରକଳ୍ପରେ ସମ୍ପୃକ୍ତ ଠିକାଦାର ୩୦୦ ମିଟର ଡ୍ରେନେଜ ନିର୍ମାଣ ଓ ମରାମତି ନାମରେ ଚିଠା ପ୍ରସ୍ତୁତ କରି ୨୧ ଲକ୍ଷ ୮୫ ହଜାର ଟଙ୍କା ବିଲ କରିନେଇଥିଲେ। ଗ୍ରାମବାସୀ ଠିକାଦାରଙ୍କ ଏହି ମନମୁଖୀ କାମକୁ ବିରୋଧ କରିବା ଫଳରେ ଅଧିକ ଲାଭ ନ ମିଳିବାରୁ ଠିକାଦାର ଅଧାପନ୍ତରିଆ କାମ କରି ଛତ୍ରଭଙ୍ଗ ଦେଇଥିବା ଚର୍ଚ୍ଚା ହେଉଛି। ଏହି ପ୍ରକଳ୍ପ କାମ ଅଧାପନ୍ତରିଆ ହୋଇଥିବା କାରଣରୁ ମଙ୍ଗରାଜପୁର, ବନ୍ଦି ଏବଂ କଣ୍ଟାଝରି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍‌ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜି. ରାମାକ୍ରିଷ୍ଣନଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ପ୍ରକଳ୍ପରେ ଜମି ବିବାଦ ରହିଥିବାରୁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏନେଇ ରାଜସ୍ବ ବିଭାଗର ସହଯୋଗ ନିଆଯାଇଛି। ତେବେ ମିଥ୍ୟା ବିଲ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri