ଏକସଙ୍ଗେ ମିଳୁ ଧାନ ବିକ୍ରି ଟଙ୍କା

ବଇଣ୍ଡା,୧୧।୨(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡାଠାରେ ଥିବା ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ବଇଣ୍ଡା ଶାଖା ପକ୍ଷରୁ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଠିକ୍‌ ଭାବେ ଯୋଗାଇ ଦିଆଯାଉନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଧାନ ବିକ୍ରି ବାବଦ ସମସ୍ତ ଟଙ୍କା ଏକସଙ୍ଗେ ପ୍ରଦାନ କରିବା ପାଇଁ ନୁନୁକାପଶି, ଗାଁ ବଇଣ୍ଡା ଅଞ୍ଚଳର ଚାଷୀମାନେ ଗୁରୁବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଚାଷୀମାନେ ଦର୍ଶାଇଛନ୍ତି, ଲୁହାମୁଣ୍ଡା, ହଣ୍ଡପା, ଧଉରାପାଲି, ଉରୁକୁଳା, ରଣିଆକଟା, ଅଙ୍ଗପଡା, ବାମୁର, ରଣିଆକଟା ଆଦି ୮ଟି ସେବା ସମବାୟ ସମିତିରେ ଧାନ ବିକ୍ରି କରିଥିବା ଚାଷୀମାନଙ୍କ ଟଙ୍କା ଏହି ବ୍ୟାଙ୍କରେ ଥିବା ସେମାନଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଛି। କିନ୍ତୁ ଟଙ୍କା ଉଠାଣରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଠିକ ଭାବେ ଟଙ୍କା ଯୋଗାଇ ଦେଉ ନ ଥିବାବେଳେ ଦିନକୁ ମାତ୍ର ୧୦ ହଜାର ଟଙ୍କା ଉଠାଣ ପାଇଁ ଅନୁମତି ଦିଆଯାଉଥିବା ଚାଷୀମାନେ କହିଛନ୍ତି। ଅନେକ ଚାଷୀ ୩୦ କିଲୋମିଟର ଦୂରରୁ ଟଙ୍କା ଉଠାଣ ପାଇଁ ବସ୍‌ ଯୋଗେ ବ୍ୟାଙ୍କକୁ ଆସୁଥିବାବେଳେ ଅଳ୍ପ ଟଙ୍କା ଧରି ନିରାଶରେ ଫେରୁଛନ୍ତି। ଏପରି କି ପୁଅ ଓ ଝିଅ ବିବାହ ଥିଲେ ମଧ୍ୟ ଚାଷୀମାନଙ୍କୁ ଧାନ ବାବଦ ସବୁ ଟଙ୍କା ମିଳିପାରୁ ନାହିଁ। ତୁରନ୍ତ ଚାଷୀଙ୍କ ଧାନ ବିକ୍ରି ଟଙ୍କା ଏକାବେଳେ ଯୋଗାଇ ଦେବା ପାଇଁ ଚାଷୀ ଲିଙ୍ଗରାଜ ବିଶ୍ୱାଳ, ଅରବିନ୍ଦ ସାହୁ, କନ୍ଦର୍ପ ପ୍ରଧାନ, ନେଙ୍କୁରୀ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ସଞ୍ଜୀବ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବଇଣ୍ଡା ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଭାରପ୍ରାପ୍ତ ଶାଖା ପରିଚାଳକ ପ୍ରଶାନ୍ତ କୁମାର ସିଂ ସାମନ୍ତ କହିଛନ୍ତି, କିଛି ମାସ ତଳେ ଏହି ଶାଖାରୁ ଚୋରି ହୋଇଥିବା ଯୋଗୁ ଅଧିକ ପରିମାଣର ଟଙ୍କା ରହୁନାହିଁ। ମୁଖ୍ୟ ଶାଖାରୁ ପ୍ରତ୍ୟେକ ଦିନ ଆସୁଥିବା ଟଙ୍କା ଚାଷୀମାନଙ୍କୁ ବାଣ୍ଟି ଦିଆଯାଉଛି। ୧୫ ଦିନ ମଧ୍ୟରେ ସମସ୍ୟା ସମାଧାନ ହୋଇଯିବ ବୋଲି ଶାଖା ପରିଚାଳକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri