ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା ଜବତ କରିଛି। ଏହା ସହିତ ଉକ୍ତ ଗାଡ଼ିରେ ଥିବା ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସରାଇପାଲି ଥାନା ବାଲସୀ ଗ୍ରାମ ନିବାସୀ ମୋହିତରାମ ରାତ୍ରେଙ୍କୁ ଅଟକ ରଖି ପଚରାଉଚରା କରୁଛି। ନିର୍ବାଚନ ସହିତ ଜବତ ଟଙ୍କାର ସମ୍ପର୍କ ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଗୁରୁବାର ସନ୍ଧ୍ୟାରେ ସୋହେଲା ପୋଲିସ ଏବଂ ଏବଂ ଏଫ୍‌ଏସ୍‌ଟି ଟିମ୍‌ ଯାଞ୍ଚ କରୁଥିବାବେଳେ ବିପୁଳ ପରିମାଣର ଟଙ୍କା ଜବତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।