Categories: ଜାତୀୟ

ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ପାଖରେ ନ ଥିଲା ଟଙ୍କା, ବୟଫ୍ରେଣ୍ଡ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଭିଣ୍ଡ୍‌,୧୦।୧୧: ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ନିଜ ହିଁ ଅପହରଣ ନାଟକ ରଚି ପରିବାର ଲୋକଙ୍କଠାରୁ ଅଢେଇ ଲକ୍ଷ ଟଙ୍କାର ମୁଣ୍ଡଜାମିନ ମାଗିଥିଲେ। ପୋଲିସ ଯାଞ୍ଚ୍‌ରୁ ମାମଲାର ଖୁଲାସା ହୋଇଛି। ଏହି ଘଟଣା ଘଟାଇବା ପାଇଁ ସମ୍ପୃକ୍ତ ଯୁବକ ଜଣଙ୍କ ଏକ ଆପ୍‌ର ସାହାରା ନେଇଥିଲେ।
ସୂଚନାଯୋଗ୍ୟ, ଭିଣ୍ଡ୍‌ ଜିଲାର ଗୋହଦ ପୋଲିସ ଷ୍ଟେଶନରେ ସୁରେନ୍ଦ୍ର ସିଂ କୁଶଓ୍ବାହ ନାମକ ଜଣେ ବ୍ୟକ୍ତି ନଭେମ୍ବର ୬ରେ ନିଜ ୧୮ ବର୍ଷୀୟ ପୁଅ ସନ୍ଦୀପ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ,ସନ୍ଦୀପ ନଭେମ୍ବରୁ ଘରୁ କେଉଁ ଆଡେ ପଳାଇଛି, ନଭେମ୍ବର ୮ରେ ସୁରେନ୍ଦ୍ରଙ୍କୁ ଏକ ଫୋନ କଲ୍‌ ଆସେ, ଯେଉଁଥିରେ କୁହାଯାଏ ଯେ ତୁମ ପୁଅକୁ ପାଇବାକୁ ହେଲେ ଅଢେଇ ଲକ୍ଷ ଦେବାକୁ ପଡିବ। ନଚେତ୍‌ ତାଙ୍କ ମୃତଦେହ ଦେଖିବ। ଏଥିରେ ଚିନ୍ତିତ ସୁରେନ୍ଦ୍ର ପୋଲିସର ସାହାରା ନେଇଥିଲେ। ପରେ ପୋଲିସ ମୋବାଇଲ୍‌ ଲୋକେସନ୍‌ ଜରିଆରେ ଟ୍ରାକ୍‌ କରି ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୋଲିସ ଆଗରେ ନିଜେ ଷଡଯନ୍ତ୍ର ରଚିଥିବା ସନ୍ଦୀପ ମାନିଥିଲେ। ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାିବା ପାଇଁ ସେ ଏପରି କାଣ୍ଡ କରିଥିବା ସେ କହିଥିଲେ। ପରେ ପୋଲିସ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଗିରଫ କରିଛି।

Share