ମନି ମ୍ୟାନେଜ୍‌ମେଣ୍ଟ

ଯଦି ଆପଣ ପ୍ରପର୍ଟି କିଣିବା ଲାଗି ଲୋନ୍‌ ନେବାକୁ ଯୋଜନା କରୁଥାନ୍ତି, ତେବେ ତା’ ପୂର୍ବରୁ କେତେକ କଥା ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ,ଜାଣିବା ଏ ସମ୍ପର୍କରେ…..

ଯଦି ଆପଣ ନୂଆ ଫ୍ଲାଟ୍‌ କିମ୍ବା ଘର କିଣିବାକୁ ଯୋଜନା ରଖିଛନ୍ତି ତେବେ ନିଷ୍ପତ୍ତି ନେବା ପୂର୍ବରୁ ତରବର ହୁଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅନୁକୂଳ ସମୟ କାରଣ କୋଭିଡ୍‌ ପରେ ଏବେ ପ୍ରପର୍ଟି ମାର୍କେଟରେ କିଣାବିକା ଆରମ୍ଭ ହୋଇଗଲାଣି। ଏଥିପାଇଁ ଆପଣ ବି ଏବେ ଫ୍ଲାଟ୍‌ କିଣିବାର ଯୋଜନା କରିପାରନ୍ତି। ଯଦି ଆପଣ ହୋମ୍‌ ଲୋନ୍‌ ନେବାକୁ ଚାହୁଁଥାନ୍ତି ତେବେ ଲୋନ୍‌ ଆବେଦନ କରିବା ପୂର୍ବରୁ ଏହି ସମ୍ବନ୍ଧିତ ସବୁ ପ୍ରୋସେସ୍‌ ଜାଣିବା ଜରୁରୀ, ଅନ୍ୟଥା ଏହାର ଫାଇଦା ନେବା ବଦଳରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।
କ’ଣ ଏମ୍‌ସିଏଲ୍‌ଆର୍‌: ମାର୍ଜିନାଲ କଷ୍ଟ-ବେସ୍ଡ ଲିଡିଂ ରେଟ୍‌ ବା ଏମ୍‌ସିଏଲ୍‌ଆର୍‌ ହୋମ୍‌ ଲୋନ୍‌ ସନ୍ଦର୍ଭରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ନୂଆ ବେଞ୍ଚ ମାର୍କ ରେଟ୍‌। ଏହାର ଫାଇଦା କେବଳ ସେଇ ଗ୍ରାହକଙ୍କୁ ମିଳିଥାଏ, ଯେଉଁମାନେ ଫ୍ଲୋଟିଂ ରେଟ୍‌ରେ ସୁଧ ଦେବାକୁ ପସନ୍ଦ କରୁଛନ୍ତି। ଏବେ ଅଧିକାଂଶ ବ୍ୟାଙ୍କ ଏହି ନିୟମକୁ ଆଧାରକରି ହୋମ୍‌ ଲୋନ୍‌ର ସୁଧ ନିର୍ଦ୍ଧାରଣ କରିଥାନ୍ତି। ଏହା ସହ ହୋମ୍‌ ଲୋନ୍‌ର ସୁଧର ଦର ବିକଳ୍ପ ମଧ୍ୟ ଏହି ପ୍ଲାନ୍‌ ମଧ୍ୟରେ ରହିଛି, ଯାହା ୬ମାସରୁ ୧ ବର୍ଷ ମଧ୍ୟରେ ନିର୍ଦ୍ଧାରଣ ହୋଇଥାଏ, ତାହା ମଧ୍ୟ କମ୍‌ ବେଶି ହୋଇପାରେ। ଯଦି ଆପଣ ୬ମାସ ମଧ୍ୟରେ ଇଣ୍ଟରେଷ୍ଟ ରେଟ୍‌ ଅପ୍‌ସନ୍‌ ଚୟନ କରିଛନ୍ତି ଏଥିରେ ଆପଣଙ୍କୁ ଲାଭ ଏବଂ କ୍ଷତି ସହିବାକୁ ପଡ଼ିପାରେ। ସେହିପରି ଯଦି ଆପଣ ୧ ବର୍ଷ ମଧ୍ୟରେ ଇଣ୍ଟରେଷ୍ଟ ରେଟ୍‌ ବଦଳାଇବାର ବିକଳ୍ପ ଚୟନ କରୁଛନ୍ତି ତେବେ ଏହାର ଫାଇଦା ନେବାକୁ ହେଲେ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏମ୍‌ସିଏଲ୍‌ଆର୍‌ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋମ୍‌ ଲୋନ୍‌ ଅନ୍ୟ କୌଣସି ବ୍ୟାଙ୍କକୁ ସୁଇଚ୍‌ କରିବାର ଅପ୍‌ସନ୍‌ ରହିଛି। ଯଦି ଆପଣ ହୋମ୍‌ ଲୋନ୍‌ ନେବା ପରେ ଲାଗୁଛି ଯେ ଯେଉଁ ବ୍ୟାଙ୍କରୁ ଆପଣ ଲୋନ୍‌ ନେଇଛନ୍ତି ତାହା ଆପଣଙ୍କ ଲାଗି ଅଧିକ ଇଣ୍ଟରେଷ୍ଟ ରେଟ୍‌ ଦେବାକୁ ପଡୁଛି, ତେବେ ଏଥିଲାଗି ଆପଣ ଅନ୍ୟ କୌଣସି ବ୍ୟାଙ୍କକୁ ଲୋନ୍‌କୁ ସୁଇଚ୍‌ କରି ନିଅନ୍ତୁ। ଏପରି କରିବା ଦ୍ୱାରା ହୋମ୍‌ ଲୋନ୍‌ର ଅବଧି ଆଜି ସମୟରେ ଦର ଅନ୍ତର ହେବ ଯାହା ସେଭିଂ ଏବଂ ପ୍ରୋସେସିଂ ଫି’ର ଆକଳନ ନିଶ୍ଚିତ କରନ୍ତୁ। କାହିଁକି ନା ଗୋଟିଏ ବ୍ୟାଙ୍କ ତୁଳନାରେ ଅନ୍ୟ ବ୍ୟାଙ୍କର ଦର ମଧ୍ୟରେ ଅଳ୍ପ ଅନ୍ତର ରହିଥାଏ। ଶୁଝାହୋଇ ନ ଥିବା ହୋମ୍‌ ଲୋନ୍‌ର ଇଣ୍ଟରେଷ୍ଟ ରାଶି ଟିକେ ଅଧିକ ହୋଇଥାଏ। ଏମିତିରେ ଆପଣ ଯଦି ୧ ପ୍ରତିଶତ ତଫାତ୍‌ରେ ଆପଣ କିଛି ଟଙ୍କା ସଞ୍ଚୟ କରିପାରିବେ। ଯଦି ଆପଣ ୨୦ଲକ୍ଷ ଟଙ୍କାର ହୋମ୍‌ଲୋନ୍‌ ନେଇଛନ୍ତି ତେବେ ସୁଧ ହାର ୧ ପ୍ରତିଶତ ହିସାବରେ ଯଦି ପଡ଼େ ତେବେ ସିଧାସଳଖ ୨୦ ହଜାର ଟଙ୍କା ସେଭିଂ କରିପାରିବେ। ଏମିତିରେ ବି ଯଦି କିଛି ବି ଟଙ୍କା ପ୍ରୋସେସିଂ ଫି’ରେ ଲାଗେ ତେବେ ଆପଣଙ୍କ ଲାଗି କ୍ଷତି ହୋଇ ନ ପାରେ।
କ୍ରେଡିଟ୍‌ ସ୍କୋରର ରଖନ୍ତୁ ଧ୍ୟାନ: ଯଦି ଆପଣ ଲୋନ୍‌ ନେବାକୁ ପ୍ଲାନିଂ କରୁଥାନ୍ତି ତେବେ କ୍ରେଡିଡ୍‌ କାର୍ଡର ବିଲ୍‌, ଶପିଂ କିମ୍ବା ଅନ୍ୟ ଲୋନ୍‌ର ଇଏମ୍‌ଆଇର କିସ୍ତି କିମ୍ବା ଅନ୍ୟ ବିତ୍ତୀୟ ସଂସ୍ଥା ଦ୍ୱାରା ଜଡ଼ିତ ସବୁ ନେଣଦେଣକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପେ କରି ଦିଅନ୍ତୁ। ଏହା ଆପଣଙ୍କ କ୍ରେଡିଟ୍‌ ସ୍କୋର ସୁଧାରିବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ବ୍ୟାଙ୍କ କ୍ରେଡିଟ୍‌ ସ୍କୋରକୁ ଆଧାରକରି ଲୋନ୍‌ ଦେବେ କି ନ ଦେବେ ସେମାନେ ସ୍ଥିର କରିଥାନ୍ତି। କ୍ରେଡିଟ୍‌ ସ୍କୋରକୁ ଆଧାରକରି ସେମାନେ କଷ୍ଟମରଙ୍କ ବିଶ୍ୱସନୀୟତା ଉପରେ ଆକଳନ କରନ୍ତି। ଠିକ୍‌ କ୍ରେଡିଟ୍‌ ସ୍କୋର ବିତ୍ତୀୟ ବଜାରରେ ଆପଣଙ୍କ ସାକ୍ଷୀ ମଜଭୁତ ହୋଇଥାଏ। ଲୋନ୍‌ ଦେଉଥିବା ବ୍ୟାଙ୍କ ଏହି କଥା ଉପରେ ଭରସା ଆସେ ଯେ କଷ୍ଟମର ଠିକ୍‌ ସମୟରେ କିସ୍ତିକୁ ଶୁଝିପାରିବେ। ଯଦି ଆପଣଙ୍କ କ୍ରେଡିଟ୍‌ ସ୍କୋର ଭଲ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଖୁବ୍‌ ସହଜରେ ଲୋନ୍‌ ଦେବାକୁ ସ୍ଥିର କରିଥାନ୍ତି। ବ୍ୟାଙ୍କର ରେଟ୍‌ ଅଫ୍‌ ଇଣ୍ଟରେଷ୍ଟ କ୍ରେଡିଟ୍‌ ସ୍କୋର ଉପରେ ନିର୍ଭର କରେ। ଯେତେ ଆପଣଙ୍କ ସ୍କୋର ଭଲହେବ ରେଟ୍‌ ଅଫ୍‌ ଇଣ୍ଟରେଷ୍ଟ ସେତେ କମ୍‌ ହେବ। ସୁଧରେ କିଛି ଆପଣଙ୍କୁ ଡିସ୍‌କାଉଣ୍ଟ ମଧ୍ୟ ଦେଇପାରିବେ। ଆପଣଙ୍କ କ୍ରେଡିଟ୍‌ ସ୍କୋର ଯଦି ଭଲ ଅଛି ତେବେ ଲୋନ୍‌ ନେବା ସମୟରେ ବ୍ୟାଙ୍କ ସହିତ ମୂଲଚାଲ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ବ୍ୟାଙ୍କର ପ୍ରୋସେସିଂ ଫି’ରେ କିଛି ରିହାତି ମିଳିପାରେ। ଦ୍ୱିତୀୟରେ ଦେଖିବାକୁ ଗଲେ ବିଲ୍‌ଡର ବି ସେହି ଗ୍ରାହକଙ୍କୁ ପସନ୍ଦ କରନ୍ତି ଯେଉଁମାନେ ଟଙ୍କା ଶୀଘ୍ର ପେମେଣ୍ଟ କରିଦିଅନ୍ତି। ଭଲ କ୍ରେଡିଟ୍‌ ସ୍କୋର ଥିବା ଗ୍ରାହକଙ୍କୁ ବ୍ୟାଙ୍କ ପ୍ରି ଆପ୍ରୁଭଡ୍‌ ଲୋନ୍‌ ବି ଦେଇଥାନ୍ତି। ଏପରି ସ୍ଥିତିରେ ଆପଣ ଭଲ କଷ୍ଟମର ହିସାବରେ ବିଲ୍‌ଡ୍‌ର ସହ ଭଲଭାବେ ମୂଲଚାଲ କରିପାରିବେ। କାରଣ ତାଙ୍କୁ ଏହା ଜଣାଥାଏ ଯେ ଏହି ଗ୍ରାହକଙ୍କର ଲୋନ୍‌ ନେବାରେ କୌଣସି ବାଧା ଉପୁଜିବ ନାହିଁ। ଏମାନେ ତୁରନ୍ତ ଫ୍ଲାଟ୍‌ କିଣିପାରିବେ। ଏଥିପାଇଁ ସେମାନେ ସେଇ କଷ୍ଟମରଙ୍କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, ଯେଉଁମାନେ ଠିକ୍‌ ସମୟରେ ଟଙ୍କା ପେମେଣ୍ଟ କରିଥାନ୍ତି। ଲୋନ୍‌ ସୁଇଚ୍‌ କରିବାର ନିର୍ଣ୍ଣୟ ଲୋନ୍‌ ନେବା ସମୟରେ ଫ୍ଲୋଟିଂ ରେଟ୍‌ ଦେଉଥିବା ଇଣ୍ଟରେଷ୍ଟକୁ ଚୟନ କରନ୍ତୁ। କାରଣ ଏପରି କରିବା ଦ୍ୱାରା ଆପଣ ଅନ୍ୟ କୌଣସି ବ୍ୟାଙ୍କରୁ ସୁଇଚ୍‌ କରିବାର ସୁଯୋଗ ପାଇପାରିବେ। ଏହି ସୁବିଧା ଅନୁସାରେ ଯଦି ଆପଣ ବର୍ତ୍ତମାନ ଯେଉଁ ବ୍ୟାଙ୍କରୁ ଲୋନ୍‌ ନେଇଛନ୍ତି ତେବେ ତା’ର ଲୋନ୍‌ ସୁଧ ବେଶି ଲାଗିଥାଏ। ତେବେ ଅନ୍ୟ ବ୍ୟାଙ୍କକୁ ଆପଣ ନିଜ ଲୋନ୍‌ ଟ୍ରାନ୍ସଫର କରିପାରିବେ ଯେଉଁଠି ସୁଧ ଆମାଉଣ୍ଟ ଆପାତତଃ ଟିକେ କମ୍‌। ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକମାନେ ସଜାଗ ହେବା ଆବଶ୍ୟକ। ସାଧାରଣତଃ ଦେଖିବାକୁ ଗଲେ ହୋମ୍‌ଲୋନ୍‌ ୨୦ବର୍ଷ ପର୍ଯ୍ୟନ୍ତ ନେଇଥାନ୍ତି। ଏଠାରେ ଧ୍ୟାନଦେବାର କଥା ହେଲା ଯେ ଆପଣଙ୍କ ଲୋନ୍‌ର ଅବଧି ଯଦି ୧୦ବର୍ଷରୁ ଅଧିକ ତେବେ ଲୋନ୍‌ ସୁଇଚ୍‌ କରିବାର ଟିକେ ଫାଇଦା ମିଳିଥାଏ। ଯେତେବେଳେ ଲୋନ୍‌ ଶୁଝିବାକୁ କେବଳ ୨-୪ବର୍ଷ ଅଛି ତେବେ ଏପରି ପରିସ୍ଥିତିରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ। କାରଣ ଲୋନ୍‌ ସୁଇଚ୍‌ କଲେ ବ୍ୟାଙ୍କ ଏହାର ପ୍ରୋସେସିଂ ଆମାଉଣ୍ଟ ଆପଣଙ୍କଠୁ ହିଁ କ୍ଲେମ୍‌ କରିଥାଏ। ଏମିତିରେ ବ୍ୟାଙ୍କ ବଦଳାଇବାକୁ ଯେତିକି ଇଣ୍ଟରେଷ୍ଟ ରେଟ୍‌ ଏହାକୁ ଅଧିକ ଟଙ୍କା ପ୍ରୋସେସିଂ ଫି’ରେ ଖର୍ଚ୍ଚ ହୋଇଥାଏ। ଏଥିସହ ଲୋନ୍‌ ସୁଇଚ୍‌ କରିବା ପୂର୍ବରୁ ଅନ୍ୟ ବ୍ୟାଙ୍କ ସହ ଇଣ୍ଟରେଷ୍ଟ ରେଟ୍‌ ଉପରେ ତୁଳନା କରନ୍ତୁ। ଏଥିପାଇଁ କୌଣସି ସାଙ୍ଗସାଥୀ କିମ୍ବା ସମ୍ପର୍କୀୟଙ୍କ କଥାରେ ପଡ଼ି କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣ ଲୋନ୍‌ ନେବା ସମୟରେ ଛୋଟଛୋଟ କଥାକୁ ଯଦି ଧ୍ୟାନ ରଖିବେ ତେବେ ଆପଣ ଚିନ୍ତାଗ୍ରସ୍ତ ରହିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri