ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି ପ୍ରାୟ ୬୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଗୁରୁବାର ସାରେ ସେବାୟତ ଖଲି ମହାପାତ୍ର ପୂଜାର୍ଚ୍ଚନା କରି ମନ୍ଦିର କବାଟରେ ତାଲା ପକାଇ ଘରକୁ ଫେରିଥିଲେ। ଶୁକ୍ରବାର ସକାଳେ ସେବାୟତ ଶୈବପୀଠକୁ ଗଲାପରେ କବାଟର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଭିତରକୁ ଯାଇ ଦେଖିବାବେଳେ ଦାନବକ୍ସ ଭାଙ୍ଗି କେହି ଦୁର୍ବୃତ୍ତ ଭକ୍ତମାନେ ପ୍ରଦାନ କରିଥିବା ଟଙ୍କା ଲୁଟି ନେଇଛନ୍ତି। ଏନେଇ ସେ କେତେକ ଗ୍ରାମବାସୀ ଏବଂ ଶୈବପୀଠ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଓ ସଭ୍ୟମାନଙ୍କୁ ଜଣାଇଥିଲେ। ବହୁସଂଖ୍ୟକ ଗ୍ରାମବାସୀ ଶୈବପୀଠରେ ପହଞ୍ଚି ଘଟଣା ଦେଖିଥିଲେ। ପରେ ଶୈବପୀଠ ପରିଚାଳନା କମିଟି କର୍ମକର୍ତ୍ତା ବୃନ୍ଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଆଇଆଇସି କିଶୋର କୁମାର ସାମଲ ସେମାନଙ୍କ ସହ ସବିଶେଷ ଆଲୋଚନା କରିବାପରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

Odisha’s No.1 Odia Daily

Share