ପାଇପ୍‌ ବିଛା ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୭ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ରେ ଦୁର୍ନୀତି ବଢ଼ି ଚାଲିଛି। କେତେଜଣ ଅଧିକାରୀ ଠିକାଦାରଙ୍କ ସ୍ବାର୍ଥରେ ମାତି ସରକାରୀ ତହବିଲରୁ ବିପୁଳ ଟଙ୍କା ହରିଲୁଟ କରୁଛନ୍ତି। ନିର୍ମାଣ ହେଉଥିବା ପ୍ରକଳ୍ପଗୁଡ଼ିକରେ ବ୍ଲକର କିଛି ପ୍ରଭାବଶାଳୀ ନେତାଙ୍କ ହାତ ରହୁଥିବାରୁ ଉଚ୍ଚ ପଦସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବକୁ ଭୟ କରୁଥିବା ଆଲୋଚନା ହେଉଛି। ଏଠାରେ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ ଚାଲୁଥିବା ପାଇପ୍‌ ବିଛା କାର୍ଯ୍ୟକୁ ଉଦାହରଣ ଭାବେ ନିଆଯାଇଛି।
କଡ଼ମା-କାମୁଡେଇ ରାସ୍ତା ସମ୍ପ୍ରସାରଣ ନିମନ୍ତେ ସାଇଡ୍‌ ଫିଲିଂ ପାଇଁ ଠିକାଦାର ରାସ୍ତା କଡ଼ରୁ ୧ ଫୁଟ୍‌ ଲେଖାଏ ଖନନ କରିଥିଲେ। ଏହାଦ୍ୱାରା ୪ଟି ଗ୍ରାମକୁ ଜଳ ଯୋଗାଣ ପାଇଁ ରଗଡ଼ି ଛକର ମା’ କାମୁଡେଇ ନିକଟରେ ଥିବା ବସୁଧା ଯୋଜନା ଓଭରହେଡ୍‌ ପାଣିଟାଙ୍କିରୁ କଡ଼ମା ଗ୍ରାମକୁ ବିଛାଯାଇଥିବା ପାଇପଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ କଡ଼ମା ଗ୍ରାମର ଆଇଚିପୁର, ମାଦଳା, ଉଆସପୋଖରୀ ଆଦି ୪ଟି ବସ୍ତିର ପ୍ରାୟ ୪୮୦ ପରିବାରର ପାଖାପାଖି ୨ ହଜାରରୁ ଊଦ୍ଧର୍‌ବ ଲୋକ ୨ ମାସ ହେବ ଜଳକଷ୍ଟ ଭୋଗୁଛନ୍ତି। ଏନେଇ ଧରିତ୍ରୀରେ ‘କଡ଼ମାରେ ଜଳସଂକଟ ଉତ୍କଟ’ ଶୀର୍ଷକ ଖବର ପ୍ରକାଶ ପରେ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏହାର ମରାମତି ତଥା ପାଇପ ବିଛାଇବା ପାଇଁ ୧୮ ଲକ୍ଷ ଟଙ୍କାର ଅନୁଦାନ ବରାଦ କରାଯାଇଛି।
ମାତ୍ର ବିନା କୌଣସି ଟେଣ୍ଡରରେ ବ୍ଲକର ଜଣେ ପ୍ରଭାବଶାଳୀ ନେତାଙ୍କ ପାଖ ଠିକାଦାର ଏହାର କାର୍ଯ୍ୟାଦେଶ ପାଇ କାମକୁ ଆଗେଇ ନେଉଛନ୍ତି। ବିଡ଼ମ୍ବନାର ବିଷୟ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଯେନତେନ ପ୍ରକାର କାମ କରି ଠିକାଦାର ଆବଣ୍ଟିତ ଅର୍ଥରାଶି ହରିଲୁଟ କରିବାକୁ ବସିଥିବା ଆଲୋଚନା ହେଉଛି। ନିୟମ ଅନୁଯାୟୀ କୌଣସି କାମ ହେଉନାହିଁ। ଏଷ୍ଟିମେଟ ଅନୁଯାୟୀ ପାଇପ୍‌ ବ୍ୟବହାର ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ମାଟିରୁ ୩ ଫୁଟ୍‌ ତଳେ ପାଇପ ପୋତିବାକୁ ଅନୁମତି ରହିଥିଲେ ହେଁ ଠିକାଦାର ନିଜ ମନମୁତାବକ ୧ ଫୁଟରୁ ୧.୫ ଫୁଟ ମଧ୍ୟରେ ପାଇପ ବିଛାଇ ମାଟି ଢାଙ୍କି ଦେଉଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ହୋଇଥିବା ଚର୍ଚ୍ଚା ହେଉଛି।
ବ୍ଲକର ଏକାଧିକ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ ଓ ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଠିକାଦାର ପାଇପଗୁଡ଼ିକ ତାଡ଼ି ନଷ୍ଟ କରିଥିବାରୁ ଜଳଯୋଗାଣ ବନ୍ଦ ରହିଥିବା ସୂଚନା ମିଳିଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଇପଗୁଡ଼ିକ ୩ ଫୁଟ ତଳେ ପୋତିବାକୁ ଅନୁମତି ରହିଛି। ପୂର୍ବରୁ ପ୍ରକଳ୍ପ ନିର୍ମାଣ ସମୟରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ କାମ ହୋଇଥିଲା। କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ହାତକରି ଠିକାଦାର ଏକାଧିକ ପ୍ରକଳ୍ପରେ କେଉଁଠି ୧ ଫୁଟ ତ କେଉଁଠି ମାଟି ଉପରେ ପାଇପ ବିଛାଇ ଅନେକ କୋଟି ଟଙ୍କାର ଅର୍ଥ ଆତ୍ମସାତ କରିଥିଲେ। ଫଳରେ ଏବେ ଏକାଧିକ ପଞ୍ଚାୟତରେ ବସୁଧା ପ୍ରକଳ୍ପ ଥିଲେ ମଧ୍ୟ ପାଇପ ଗୁଡ଼ିକ ନଷ୍ଟ ହୋଇ ଅନେକ ଗ୍ରାମକୁ ଜଳଯୋଗାଣ ବନ୍ଦ ରହିଛି। ସାଧାରଣ ଲୋକ ଜଳକଷ୍ଟ ଭୋଗୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଆଗକୁ ମଧ୍ୟ ଏହିପରି ଅସୁବିଧା ଭୋଗିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରେ ସେ ଏଥିପ୍ରତି ଦୃଷ୍ଟି ଦେବା ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri