ଅର୍ଥ ଆଦାୟ, ଧର୍ମାନ୍ତରୀକରଣ ଷଡଯନ୍ତ୍ର ଅଭିଯୋଗ, ଭାଜପା ନେତାଙ୍କୁ ବିରୋଧ

ବଣାଇଁ, ୧୭।୨(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ କିଷାନ ସମାଜ ପକ୍ଷରୁ ତାଙ୍କ ଜାତିକୁ ଆଳ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ଜାତି ଭିତ୍ତିକ ସଂଗଠନ କରି ଅର୍ଥ ଆଦାୟ କରିବା ନେଇ ଆଜି ବିରୋଧ ପ୍ରଦର୍ଶନ କରାଯିବା ସହ ବଣାଇଁ ସହର ପରିକ୍ରମା କରିବା ପରେ ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଶତାଧିକ ନେତା ଏହି ରାଲିରେ ‘ଛି ଛି ଛି ରେ ଉଗ୍ରେ ଛି’ ବୋଲି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମାଜର ଏକ ସଂଗଠନ ନାମରେ ଗୁରୁତର ଅଭିଯୋଗ ଆଣି ତାକୁ ଅସିଦ୍ଧ ଘୋଷଣା କରିବାକୁ ଦାବି ଜଣାଇଛନ୍ତି। କିଷାନ ଜନଜାତି ପ୍ରତିଟି କ୍ଷେତ୍ର ଓ ଯୋଜନା ବିଶେଷ କରି ଜମିପଟ୍ଟା, ବିଦ୍ୟାଳୟ ପ୍ରମାଣପତ୍ର, ଆଧାର ଓ ରାସନକାର୍ଡରେ କିଷାନ ଜନଜାତି ମାନ୍ୟତା ପାଇ ପୁରୁଷ ପୁରୁଷ ଧରି ସେହି ପରିଚୟରେ ରହି ଆସୁଛନ୍ତି। କିନ୍ତୁ ଏବେ ୫୫୦ କିଷାନ ସମାଜ ନାମରେ ଏକ ଅଣପଞ୍ଜୀକୃତ ସଂଗଠନ ଗଢ଼ି କିଛି ବ୍ୟକ୍ତି ସମଗ୍ର କିଷାନ ଜନଜାତି ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

କିଷାନ ସମାଜ ପରମ୍ପରା ବିରୋଧୀ ଏକ ରୁଲ ବୁକ ତିଆରି କରି କୁଚିଣ୍ଡା, ବଣାଇଁ , ବାରକୋଟ ଅଞ୍ଚଳରେ ରହୁଥିବା ସମାଜ ଲୋକଙ୍କୁ ନିୟମ ମାନିବାକୁ ବାଧ୍ୟ କରାଯାଉଥିବା ଓ ବିବାହ ସମୟରେ ସଂଗଠନର ଅଣଆପତ୍ତି ଜନକ ପ୍ରମାଣପତ୍ର ନଥିଲେ ବିବାହ ଭାଙ୍ଗି ଦେଉଥିବା କିଷାନ ସମାଜ ସିଧାସଳଖ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ତେଣୁ ସମାଜରେ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରୁଥିବା ଏହି ସଂଗଠନର ରୁଲ୍ ବୁକକୁ ଅସିଦ୍ଧ ଓ ବିବାହ ପାଇଁ ଦିଆଯାଉଥିବା ଅଣଆପତ୍ତ ପ୍ରମାଣପତ୍ରକୁ ଅବୈଧ ଘୋଷଣା କରିବା ସହ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ବିଶେଷତଃ ଏହି ସଂଗଠନକୁ ଭାଜପା ନେତା ତଥା କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିଷାନଙ୍କ ନେତୃତ୍ଵରେ ରତ୍ନାକର କିଷାନ, ଭୀମସେନ କିଷାନ, ରୁଷାବ କିଷାନ ପ୍ରମୂଖ ଚଳାଉଥିବାରୁ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri