Categories: ଜାତୀୟ

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ଇଡି ଅଧିକାରୀ

ମୁମ୍ବାଇ,୧୮।୭: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ। ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ୨ଟି ଟିମ୍‌ ନାଗପୁର ଜିଲାରେ ଥିବା ଦେଶମୁଖଙ୍କ ୨ଟି ଘରେ ଚଢାଉ କରିଥିଲା। ଗୋଟିଏ ଟିମ୍‌ କାଟୋଲ ସହରରେ ଥିବା ଘରେ ଚଢାଉ କରିଥିବା ବେଳେ ଅନ୍ୟ ଏକ ଟିମ୍‌ ସହରଠାରୁ ୬୦ କି.ମି ଦୂରରେ ଥିବା ୱାଡଭିହିରା ଗାଁରେ ଥିବା ଘରେ ଚଢାଉ କରିଥିଲା। ଚଢାଉ ସକାଳ ୬ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଥିବା ସୂଚନା ମିଳିଛି। ଅଧିକାରାମାନେ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି।

ଇତିମଧ୍ୟରେ ଇଡି ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ଦେଶମୁଖଙ୍କ ପରିବାର ଲୋକଙ୍କ ନାମରେ ରହିଛି। ଜବତ ସମ୍ପତ୍ତି ମଧ୍ୟରେ ନବି ମୁମ୍ବାଇ ବିମାନବନ୍ଦର ନିକଟରେ ତିଆରି ହେଉଥିବା ଗୋଟିଏ ଫ୍ଲାଟ ଓ ଏକ ବଡ଼ ଜମି ରହିଛି।

Share