Categories: ଜାତୀୟ

ମନି ଲଣ୍ଡରିଂ ମାମଲା: ଟିଏମ୍‌ସି ମୁଖପାତ୍ର ଗିରଫ

ନୂଆଦିଲ୍ଲୀ,୨୫।୧: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଇଡି ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ଇଡି ଗୋଖଲେଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବ ବୋଲି ସୂତ୍ରରୁ ପ୍ରକାଶ।
ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦, ୨୦୨୨ରେ ଦିଲ୍ଲୀରୁ ଅହମ୍ମଦାବାଦ ସାଇବର କ୍ରାଇମ ଶାଖା ଗିରଫ କରିଥିଲା। ତାଙ୍କୁ ଆଇପିସି ଧାରା ୪୨୦ (ପ୍ରତାରଣା), ୪୦୬ (ଟ୍ରଷ୍ଟର ଅପରାଧିକ ଉଲ୍ଲଂଘନ) ଏବଂ ୪୬୭ (ଜାଲିଆତି) ଅନୁଯାୟୀ ଅଭିଯୋଗ କରାଯାଇଛି।
ଏହାପୂର୍ବରୁ ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋର୍ବି ଗସ୍ତରେ ଆସିଥିବା ଖର୍ଚ୍ଚ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ଗୋଖଲେଙ୍କୁ ଡିସେମ୍ବର ୬ରେ ସାଇବର କ୍ରାଇମ ଶାଖା ଗିରଫ କରିଥିଲା। ଏହି ମାମଲାରେ ଜାମିନ ପାଇବା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ସେବେଠାରୁ ଗୋଖଲେ ନ୍ୟାୟିକ ହେପାଜତରେ ଅଛନ୍ତି।

Share