Categories: ଜାତୀୟ

କାର୍ତି ଚିଦାମ୍ବରମଙ୍କୁ ଝଟ୍‌କା: ଅନ୍ତରୀଣ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୩।୬: ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଏମ୍‌ପି କାର୍ତି ଚିଦାମ୍ବରମଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। କାର୍ତ୍ତିଙ୍କ ପକ୍ଷରୁ କରାଯାଇଥିବା ଅନ୍ତରୀଣ ଜାମିନ ଆବେଦନକୁ ଶୁକ୍ରବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ସପ୍ତାହରେ ଅର୍ଥାତ୍‌ ମେ’ ୩୦ରେ ଏହି ମାମଲର ସମସ୍ତ ଯୁକ୍ତି ଶୁଣିବା ପରେ କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଥିଲେ। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଗତ ଶୁଣାଣିରେ ଇଡିର ଓକିଲ କହିଥିଲେ ଯେ, ଯଦି ଅନ୍ତରୀଣ ଜାମିନ ମଞ୍ଜୁର ହୁଏ ତେବେ ତଦନ୍ତ ପ୍ରଭାବିତ ହୋଇପାରେ। ଟଙ୍କା କୁଆଡେ ଗଲା ଆମେ ଜାଣି ପାରିବୁ ନାହିଁ ବୋଲି ଇଡି ପକ୍ଷରୁ କୁହାଯାଇଥିଲା। ତେବେ କୋର୍ଟ ସମସ୍ତ ଦିଗ ଓ ସାକ୍ଷୀ ପ୍ରମାଣକୁ ବିଚାର କରି ଏହି ରାୟ ଶୁଣାଇଥିବା ଜଣାପଡ଼ିଛି।

Share