ଟଙ୍କା ଅଛି,କାମ ହେଉନି

ବାଲେଶ୍ୱର ଅଫିସ,୯।୧: ବାଲେଶ୍ୱର ପୌରାଞ୍ଚଳରେ ଗତ ୯ମାସ ପୂର୍ବେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା। ୩୧ଟି ୱାଡର୍ର୍ ବିଶିଷ୍ଟ ଏହି ପୌରାଞ୍ଚଳରେ ବିଜେଡି ପ୍ରାର୍ଥତ୍ନୀ ସବିତା ସାହୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ସହ ୨୧ଜଣ କାଉନ୍‌ସିଲର ବିଜୟୀ ହୋଇଥିଲେ। ଅନ୍ୟ ୧୦ଜଣଙ୍କ ମଧ୍ୟରେ ଭାଜପାର ୯ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେଡିର ବିଜୟ ପରେ ପୌରାଞ୍ଚଳବାସୀ ବହୁ ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ନିର୍ବାଚନକୁ ୯ମାସ ବିତିଯାଇଥିଲେ ମଧ୍ୟ ପୌରାଞ୍ଚଳର କୌଣସି ୱାର୍ଡରେ ମାଟି ପାଛିଏ ବି ପଡ଼ି ନ ଥିବାରୁ କାଉନସିଲରଙ୍କ ସମେତ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷା ଏବଂ ଅଧିକାରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିଥିବା ପରିଲକ୍ଷିତ ହେଉଛି।
ନିର୍ବାଚନ ପରେ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ କାଉନ୍‌ସିଲ୍‌ରେ ୬ଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟତଃ ଉନ୍ନତିମୂଳକ କାର୍ଯ୍ୟ କହିଲେ ରାସ୍ତାର ପୁନରୁଦ୍ଧାର, ଡ୍ରେନ୍‌ ନିର୍ମାଣ ଓ ମରାମତି, ସଫେଇ, ଆଲୋକୀକରଣ ଉପରେ ଆଲୋଚନା ହୋଇ ରାଜ୍ୟସରକାରଙ୍କ ଦ୍ୱାରା ୨୬୮ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୧କୋଟି ୬୨ଲକ୍ଷ ୫୭ହଜାର ୭୬୪ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି। କାଉନ୍‌ସିଲ୍‌ର ଅନୁମୋଦନ ପରେ ପୌର ଅଧିକାରୀଙ୍କ ପାଖକୁ ଫାଇଲ୍‌ ଯାଇଥିଲା। ଅନୁମୋଦନ ମଧ୍ୟ ହେଲା। ୧୦/୧୨ଦିନ ପୂର୍ବରୁ ଅଧ୍ୟକ୍ଷାଙ୍କ ନିକଟକୁ ଶେଷ ଅନୁମୋଦନ ପାଇଁ ଫାଇଲ୍‌ ଯାଇଥିବା ବେଳେ ଫେରି ନ ଥିବାରୁ କାର୍ଯ୍ୟ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ଅନିଶ୍ଚିତତା ପଛରେ ପ୍ରତ୍ୟେକ ୱାର୍ଡକୁ ସମାନ ପ୍ରକଳ୍ପ ନ ଦେବା, ଦଳୀୟ କନ୍ଦଳ ଏବଂ ଅଧିକାରୀଙ୍କ ସହ ପୌର ଅଧ୍ୟକ୍ଷାଙ୍କ ମତ ପାର୍ଥକ୍ୟ ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି।
ଏନେଇ ପୌର ଉପାଧ୍ୟକ୍ଷ କୈଳାସ ସେଠୀ କହନ୍ତି, ପୌରାଞ୍ଚଳରେ ମୁକ୍ତା ଯୋଜନା ଅନ୍ତର୍ଗତ ମିନି ପାର୍କ, ଶୌଚାଳୟ, ଖୋଲା ଜିମ୍‌ ସହ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାହା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ରକଳ୍ପ ଅଟେ। କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାଣ୍ଟରୁ କୋଟି କୋଟି ଟଙ୍କା ଆସି ପଡ଼ିରହିଥିବା ବେଳେ ନିର୍ବାଚନର ୯ମାସ ବିତିଯାଇଥିଲେ ମଧ୍ୟ ୯ ପାଛିଆ ମାଟି କୌଣସି ୱାର୍ଡରେ ପଡ଼ିପାରିଲା ନାହଁି। ଏମିତିବି ଦୁର୍ଗା ପୂଜାରେ ପୌରାଞ୍ଚଳ ପକ୍ଷରୁ ଜରୁରୀକାଳୀନ ବୈଠକ ହୋଇପାରିଲା ନାହଁି। ବିଭିନ୍ନ ୱାର୍ଡ଼ରେ ରାସ୍ତାର ପୁନରୁଦ୍ଧାର ଓ ନୂତନ ଡ୍ରେନ୍‌ର ଆବଶ୍ୟକତାକୁ ନେଇ ଲୋକମାନେ ହଇରାଣ ହରକତ ହେଉଥିବା ବେଳେ ଟଙ୍କା ପଡ଼ିରହି କାମ ହେଉ ନାହଁି। କେବଳ ଟାଉନ୍‌କୁ ଛାଡ଼ିଦେଲେ ୱାଡର୍ର୍ର ବିଭିନ୍ନ ଅଞ୍ଚଳରେ ଆଲୁଅ ଜଳିପାରୁ ନାହଁି। ଫଳରେ ଚୋରି, ଛିନ୍‌ତାଇ, ରାହାଜାନୀ ଭଳି ଘଟଣା ବଢ଼ିବାରେ ଲାଗିଛି। ଅବିଳମ୍ବେ ଅଧ୍ୟକ୍ଷା କାଉନ୍‌ସିଲରଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ପାଇଁ ସେ ପ୍ରସ୍ତାବ ରଖିଛନ୍ତି।
ଅଧ୍ୟକ୍ଷା ସବିତା ସାହୁ କହନ୍ତି, ବାଲେଶ୍ୱର ପୌରାଞ୍ଚଳ ଏକ ଅଟୋନୋମସ୍‌ ବଡିି। ଏଠାରେ କାଉନ୍‌ସିଲର ଓ ଅଧ୍ୟକ୍ଷାଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। କାଉନସିଲ୍‌ ବଡିିରେ କେତେକ ପାସ୍‌ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ଅଧିକାରୀ ହସ୍ତକ୍ଷେପ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ସୃଷ୍ଟି ହେଉଛି। ବିଭିନ୍ନ ପ୍ରକଳ୍ପକୁ ନେଇ ହେବାକୁ ଥିବା ଟେଣ୍ଡର ପ୍ରକ୍ରିୟା ଗତ ଡିସେମ୍ବର ୩୧ ତାରିଖରେ ପ୍ରୋସିଡିଂ ସରିଛି। ଚଳିତମାସରେ ସମସ୍ତ ପ୍ରକଳ୍ପର ଟେଣ୍ଡର କରାଯିବ।
ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁନାଲ ମୋତିରାମ ଚଭନ କହନ୍ତି, ପୌର ପରିଷଦରେ ଯାହା କିଛି ଅସୁବିଧା ଥିଲା, ତାହା ସମାଧାନ ହୋଇଛି। ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରାୟ ସମସ୍ତ କାର୍ଯ୍ୟ ସରିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri