ଟଙ୍କା ଅଛି,କାମ ହେଉନି

ବାଲେଶ୍ୱର ଅଫିସ,୯।୧: ବାଲେଶ୍ୱର ପୌରାଞ୍ଚଳରେ ଗତ ୯ମାସ ପୂର୍ବେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା। ୩୧ଟି ୱାଡର୍ର୍ ବିଶିଷ୍ଟ ଏହି ପୌରାଞ୍ଚଳରେ ବିଜେଡି ପ୍ରାର୍ଥତ୍ନୀ ସବିତା ସାହୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ସହ ୨୧ଜଣ କାଉନ୍‌ସିଲର ବିଜୟୀ ହୋଇଥିଲେ। ଅନ୍ୟ ୧୦ଜଣଙ୍କ ମଧ୍ୟରେ ଭାଜପାର ୯ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେଡିର ବିଜୟ ପରେ ପୌରାଞ୍ଚଳବାସୀ ବହୁ ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ନିର୍ବାଚନକୁ ୯ମାସ ବିତିଯାଇଥିଲେ ମଧ୍ୟ ପୌରାଞ୍ଚଳର କୌଣସି ୱାର୍ଡରେ ମାଟି ପାଛିଏ ବି ପଡ଼ି ନ ଥିବାରୁ କାଉନସିଲରଙ୍କ ସମେତ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷା ଏବଂ ଅଧିକାରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିଥିବା ପରିଲକ୍ଷିତ ହେଉଛି।
ନିର୍ବାଚନ ପରେ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାରେ କାଉନ୍‌ସିଲ୍‌ରେ ୬ଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟତଃ ଉନ୍ନତିମୂଳକ କାର୍ଯ୍ୟ କହିଲେ ରାସ୍ତାର ପୁନରୁଦ୍ଧାର, ଡ୍ରେନ୍‌ ନିର୍ମାଣ ଓ ମରାମତି, ସଫେଇ, ଆଲୋକୀକରଣ ଉପରେ ଆଲୋଚନା ହୋଇ ରାଜ୍ୟସରକାରଙ୍କ ଦ୍ୱାରା ୨୬୮ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୧କୋଟି ୬୨ଲକ୍ଷ ୫୭ହଜାର ୭୬୪ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି। କାଉନ୍‌ସିଲ୍‌ର ଅନୁମୋଦନ ପରେ ପୌର ଅଧିକାରୀଙ୍କ ପାଖକୁ ଫାଇଲ୍‌ ଯାଇଥିଲା। ଅନୁମୋଦନ ମଧ୍ୟ ହେଲା। ୧୦/୧୨ଦିନ ପୂର୍ବରୁ ଅଧ୍ୟକ୍ଷାଙ୍କ ନିକଟକୁ ଶେଷ ଅନୁମୋଦନ ପାଇଁ ଫାଇଲ୍‌ ଯାଇଥିବା ବେଳେ ଫେରି ନ ଥିବାରୁ କାର୍ଯ୍ୟ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ଅନିଶ୍ଚିତତା ପଛରେ ପ୍ରତ୍ୟେକ ୱାର୍ଡକୁ ସମାନ ପ୍ରକଳ୍ପ ନ ଦେବା, ଦଳୀୟ କନ୍ଦଳ ଏବଂ ଅଧିକାରୀଙ୍କ ସହ ପୌର ଅଧ୍ୟକ୍ଷାଙ୍କ ମତ ପାର୍ଥକ୍ୟ ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି।
ଏନେଇ ପୌର ଉପାଧ୍ୟକ୍ଷ କୈଳାସ ସେଠୀ କହନ୍ତି, ପୌରାଞ୍ଚଳରେ ମୁକ୍ତା ଯୋଜନା ଅନ୍ତର୍ଗତ ମିନି ପାର୍କ, ଶୌଚାଳୟ, ଖୋଲା ଜିମ୍‌ ସହ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାହା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପ୍ରକଳ୍ପ ଅଟେ। କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗ୍ରାଣ୍ଟରୁ କୋଟି କୋଟି ଟଙ୍କା ଆସି ପଡ଼ିରହିଥିବା ବେଳେ ନିର୍ବାଚନର ୯ମାସ ବିତିଯାଇଥିଲେ ମଧ୍ୟ ୯ ପାଛିଆ ମାଟି କୌଣସି ୱାର୍ଡରେ ପଡ଼ିପାରିଲା ନାହଁି। ଏମିତିବି ଦୁର୍ଗା ପୂଜାରେ ପୌରାଞ୍ଚଳ ପକ୍ଷରୁ ଜରୁରୀକାଳୀନ ବୈଠକ ହୋଇପାରିଲା ନାହଁି। ବିଭିନ୍ନ ୱାର୍ଡ଼ରେ ରାସ୍ତାର ପୁନରୁଦ୍ଧାର ଓ ନୂତନ ଡ୍ରେନ୍‌ର ଆବଶ୍ୟକତାକୁ ନେଇ ଲୋକମାନେ ହଇରାଣ ହରକତ ହେଉଥିବା ବେଳେ ଟଙ୍କା ପଡ଼ିରହି କାମ ହେଉ ନାହଁି। କେବଳ ଟାଉନ୍‌କୁ ଛାଡ଼ିଦେଲେ ୱାଡର୍ର୍ର ବିଭିନ୍ନ ଅଞ୍ଚଳରେ ଆଲୁଅ ଜଳିପାରୁ ନାହଁି। ଫଳରେ ଚୋରି, ଛିନ୍‌ତାଇ, ରାହାଜାନୀ ଭଳି ଘଟଣା ବଢ଼ିବାରେ ଲାଗିଛି। ଅବିଳମ୍ବେ ଅଧ୍ୟକ୍ଷା କାଉନ୍‌ସିଲରଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ପାଇଁ ସେ ପ୍ରସ୍ତାବ ରଖିଛନ୍ତି।
ଅଧ୍ୟକ୍ଷା ସବିତା ସାହୁ କହନ୍ତି, ବାଲେଶ୍ୱର ପୌରାଞ୍ଚଳ ଏକ ଅଟୋନୋମସ୍‌ ବଡିି। ଏଠାରେ କାଉନ୍‌ସିଲର ଓ ଅଧ୍ୟକ୍ଷାଙ୍କ ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଇଥାଏ। କାଉନସିଲ୍‌ ବଡିିରେ କେତେକ ପାସ୍‌ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ଅଧିକାରୀ ହସ୍ତକ୍ଷେପ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ସୃଷ୍ଟି ହେଉଛି। ବିଭିନ୍ନ ପ୍ରକଳ୍ପକୁ ନେଇ ହେବାକୁ ଥିବା ଟେଣ୍ଡର ପ୍ରକ୍ରିୟା ଗତ ଡିସେମ୍ବର ୩୧ ତାରିଖରେ ପ୍ରୋସିଡିଂ ସରିଛି। ଚଳିତମାସରେ ସମସ୍ତ ପ୍ରକଳ୍ପର ଟେଣ୍ଡର କରାଯିବ।
ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁନାଲ ମୋତିରାମ ଚଭନ କହନ୍ତି, ପୌର ପରିଷଦରେ ଯାହା କିଛି ଅସୁବିଧା ଥିଲା, ତାହା ସମାଧାନ ହୋଇଛି। ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରାୟ ସମସ୍ତ କାର୍ଯ୍ୟ ସରିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri