ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପରିବାର କହିଲେ ସସ୍ମିତାଙ୍କ ସହିତ ମା’ସେମନ୍ତି ସାହୁ ଓ ସ୍ବାମୀ ନରେନ୍ଦ୍ର ସାହୁ। ୩ ପ୍ରାଣୀ କୁଟୁମ୍ବ ହସଖୁସିରେ କୁଲି ମଜୁରି କରି ଚଳିଆସୁଥିବା ବେଳେ ହଠାତ ସତେ ଯେମିତି ପରିବାରକୁ କଳା ବାଦଲ ଢାଙ୍କି ଦେଇଛି। ସସ୍ମିତାଙ୍କ ଡାହାଣ ଗୋଡରେ ସାମାନ୍ୟ ବଥ ବାହାରି ଥିଲା। ଏହା ଏତେ ମାରାତ୍ମକ ହେବ ବୋଲି କେହି ଜାଣି ନ ଥିଲେ। ସ୍ବାମୀ ନରେନ୍ଦ୍ର ସଞ୍ଚିତ ଅର୍ଥ, ସୁନା ଗହଣା ବିକ୍ରି କରିବା ସହ ଧାର କରଜ କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଅର୍ଥ ଅଭାବ ଯୋଗୁ ସସ୍ମିତାଙ୍କୁ ଭଲ ଚିକିତ୍ସା କରାଇ ପାରୁ ନାହାନ୍ତି। ସସ୍ମିତା ଏବେ ୬ମାସ ହେବ ମରଣ ସହ ସଂଘର୍ଷ କରି ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ଉଚ୍ଚ ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବାରୁ ରୋଗଣା ସ୍ତ୍ରୀଙ୍କୁ ଛାଡ଼ି ସ୍ବାମୀ ଏବେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ଏପଟେ ସ୍ତ୍ରୀ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଏମାନଙ୍କୁ ସରକାରୀ ସୁବିଧା କହିଲେ ରାଶନ କାର୍ଡରେ ମାତ୍ର ୧୦ କିଲୋ ଚାଉଳ ମିଳୁଛି। ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟକାର୍ଡ ହୋଇପାରି ନାହିଁ । ଫଳରେ ଉଚ୍ଚ ଚିକିତ୍ସା ହୋଇପାରୁନାହିଁ। ସ୍ବାସ୍ଥ୍ୟକାର୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ବୋଲି କୋହଭରା କଣ୍ଠରେ ପରିବାର ଲୋକେ କହିଛନ୍ତି। ଏହି କାର୍ଡ ମିଳିଲେ କୌଣସି ବଡ଼ ଡାକ୍ତରଖାନା ଯାଇ ଉଚ୍ଚ ଚିକିତ୍ସା ପାଇପାରନ୍ତେ ବୋଲି ଗ୍ରାମବାସୀ କହୁଥିବା ବେଳେ ପରିବାର ପାଇଁ ନିହାତି ସରକାରୀ ସହାୟତା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ସସ୍ମିତାଙ୍କ ଉତ୍ତମ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ସରକାର, ପ୍ରଶାସନ ଦୃଷ୍ଟିଦେବା ସହିତ କୌଣସି ସ୍ବେଚ୍ଛାସେବୀ ସଙ୍ଗଠନ, ସମାଜସେବୀ ଓ ସହୃଦୟ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ ପାଇଁ ପରିବାର ସମେତ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍‌: ସବୁ ଜିଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍‌କୁ ପୋଷ୍ଟ ଅଫିସ୍‌ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ...

ଏହି ପକ୍ଷୀର ଅଣ୍ଡା ଖାଆନ୍ତି ପୁଟିନ୍‌: ଆଶ୍ଚର୍ଯ୍ୟ କରିଦେବ ରୁଷିଆ ରାଷ୍ଟ୍ରପତିଙ୍କ ଡାଏଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ଲୋକମାନେ ପ୍ରାୟତଃ ପୁଟିନଙ୍କ ବୟସ ବିଷୟରେ ଦ୍ୱନ୍ଦ୍ୱରେ ଥାଆନ୍ତି। ତାଙ୍କୁ...

ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବାହାରିଲା ଏମିତି ଜିନିଷ: ପୋଲିସ ଆଶ୍ଚର୍ଯ୍ୟ

ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କଫ୍‌ ସିରପ କାରବାର ସାଧାରଣରେ ପରିଣତ ହୋଇଛି। ତେବେ ଗୁରୁବାର ସହର ଉପକଣ୍ଠ ବରାହଗୋଡା କେନାଲ ଛକ ନିକଟରେ ଏକ...

ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ...

ଧାନକିଣା ବାଟବଣା: ଟୋକନ ଟେନ୍‌ସନରେ ଚାଷୀ

ପଦ୍ମପୁର, ୬।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ସପ୍ତାହେ ବିତିଯାଇଛି, ମାତ୍ର ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରି ନ ଥିବାରୁ ଉପଖଣ୍ଡର...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଗାନ୍ଧୀ ବିରୋଧୀ ମନ୍ତବ୍ୟକୁ ନେଇ ଝଡ଼: ୯ ଥରରେ ୧ ଘଣ୍ଟା ୩୩ ମିନିଟ୍‌ ଗୃହ ମୁଲତବୀ

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ମହାତ୍ମା ଗାନ୍ଧୀ ଦେଶ ବିଭାଜନକାରୀ ବୋଲି ଭାଜପା ବିଧାୟକ ସନ୍ତୋଷ ଖଟୁଆ କହିଥିବା ଅଭିଯୋଗ କରି ଗୃହ ବାହାରେ ବିରୋଧୀ ଝଡ଼ ସୃଷ୍ଟି କରିଛନ୍ତି।...

ପେପର ଲେସ୍‌ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୪ା୧୨(ଦିଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପେପର ଲେସ ହୋଇଛି। ଏବେ ଫାଇଲ ସିଷ୍ଟମରେ କାମ ହେଉଛି । ଆଗକୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri