ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ (୧୬) କ୍ରିକେଟ ଖେଳୁଛନ୍ତି। ଆଶା ଅନେକ ହେଲେ ଅର୍ଥ ସାଜିଛି ବାଧକ। ସରକାରୀ ସ୍ତରରେ ସହଯୋଗ ମିଳିଲେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରନ୍ତେ ବୋଲି ସେ କହିଛନ୍ତି। ରଘୁନାଥପୁର ବ୍ଲକ କୋରକୋରା ଗ୍ରାମରେ ସୂର୍ଯ୍ୟକାନ୍ତଙ୍କ ଘର। ନବୀନ ଓଡ଼ିଶା ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପରିପେକ୍ଷୀରେ ରଘୁନାଥପୁର ବ୍ଲକ ପକ୍ଷରୁ ୧୯ଟି ପଞ୍ଚାୟତରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସୂର୍ଯ୍ୟକାନ୍ତ ପଞ୍ଚାୟତରୁ ବ୍ଲକସ୍ତରୀୟ ଓ ପରେ ଜିଲାସ୍ତରୀୟ କ୍ରିକେଟରେ ମଧ୍ୟ ଅଲରାଉଣ୍ଡର ଭାବେ ସଫଳତା ହାସଲ କରିଥିଲେ। ପରେ ରାଜ୍ୟସ୍ତରୀୟ କ୍ରିକେଟ୍‌ ପାଇଁ ସେ ସମ୍ବଲପୁରଠାରେ ମନୋନୀତ ହୋଇ ବିହାର ରାଜ୍ୟକୁ କ୍ରିକେଟ ଖେଳିବାକୁ ଯାଇଥିଲେ। ସେଠାରେ ସୂର୍ଯ୍ୟକାନ୍ତ ନିଜର ପରାକାଷ୍ଠା ବଳରେ ସଫଳତା ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ପିତା ଯୋଗେନ୍ଦ୍ର ଦାସ ଓ ମା’ ସସ୍ମିତାଙ୍କ ପୁତ୍ର ସୂର୍ଯ୍ୟକାନ୍ତ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏକ ମଫସଲ ଗ୍ରାମର ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କର ପିଲାଟି ଦିନରୁ କ୍ରିକେଟ ଖେଳ ପ୍ରତି ଅଧିକ ଆଗ୍ରହ ରହିଥିଲା। ଗ୍ରାମାଞ୍ଚଳରେ କ୍ରିକେଟ ପ୍ରତିଯୋଗିତା ହେଉ କି ବିଦ୍ୟାଳୟସ୍ତରରେ ସେ ଅନେକ ଟ୍ରଫି ହାସଲ କରି ଗ୍ରାମ ପାଇଁ ଗୌରବ ଆଣିପାରିଛନ୍ତି। ଯଦି ସୂର୍ଯ୍ୟକାନ୍ତଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ କ୍ରିକେଟ କୋଚିଂ ଦିଆଯିବାର ବ୍ୟବସ୍ଥା କରାଯାଇପାରନ୍ତା, ତେବେ ସେ ଏକ ଉଚ୍ଚକୋଟୀର କ୍ରିକେଟର ହୋଇ ଓଡ଼ିଶା ପାଇଁ ଅନେକ ଗୌରବ ଆଣିପାରିବେ ବୋଲି ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଖେଳୁଥିବା ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାକୁ ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡାଙ୍କ ସହ ଅଞ୍ଚଳବାସୀ ଜିଲାପାଳ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri