ପୋଖରୀ ପୁନରୁଦ୍ଧାର ନାମରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ

ଥୁଆମୂଳ ରାମପୁର,୨୨ା୧୧(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦରଠାରେ ରାଜାରାଜୁଡ଼ା ଅମଳର ପୁରୁଷୋତ୍ତମ ସାଗର ଓ ଆଡିବନ୍ଧ ସାଗର ନାମରେ ୨ ପୋଖରୀ ରହିଛି। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଆଖିଦୃଶିଆ କାମ ହୋଇ ନ ଥିବା ଲୋକେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଏହି ଦୁଇ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ଆର୍ଥିକବର୍ଷ ୨୦୨୩-୨୪ରେ ୨୦ ଲକ୍ଷ ଲେଖାଏ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ପଞ୍ଚଦଶ ଓଡ଼ିଶା ଷ୍ଟେଟ ଫାଇନାନ୍ସ କମିଶନରେ ଆର୍ଥିକବର୍ଷ ୨୦୨୩-୨୪, ୨୦୨୪-୨୫ରେ ୫ରୁ ୧୦ ଲକ୍ଷ ଏବଂ ବ୍ଲକ ପାଣ୍ଠି ମିଶାଇ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଦୁଇ ଗୋଟି ପୋଖରୀରେ ପୂର୍ବ ଅପେକ୍ଷା ଅଧିକ ପଙ୍କ ଏବଂ ଚାରିଆଡ଼େ ଅନାବନା ଗଛଲତା ଉଠିଛି। ଏହା ଦ୍ୱାରା ପୋଖରୀ ପାଣି ପ୍ରଦୂଷିତ ହୋଇପଡିଛି। ପୋଖରୀ ପୁନରୁଦ୍ଧାର ନାମରେ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିବାରୁ ପୋଖରୀ ପୁନରୁଦ୍ଧାର ପାଇଁ ବର୍ତ୍ତମାନ ପଞ୍ଚାୟତରୁ ୪ଲକ୍ଷ ଦେଇଛୁ, ବହୁ ଶୀଘ୍ର ପୁଣି କାମ ଆରମ୍ଭ କରାଯିବ। କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପଚାରିବାରୁ ପୂର୍ବରୁ ଯାହା କାମ ସରିଛି, ବର୍ତ୍ତମାନ ଆମ ପାଖରେ ଆହୁରି ପାଣ୍ଠି ଅଛି, ସପ୍ତାହେ ମଧ୍ୟରେ ଯାହା କାମ ରହିଯାଇଛି ଆରମ୍ଭ କରିବୁ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri