Categories: ଜାତୀୟ

ଦିଲ୍ଲୀ ଦଙ୍ଗା ପାଇଁ ସୌଦିରୁ ଆସିଥିଲା ଟଙ୍କା

ନୂଆଦିଲ୍ଲୀ, ୨।୭: ଦିଲ୍ଲୀରେ ହୋଇଥିବା ଦଙ୍ଗା ପାଇଁ ସୌଦିରୁ ଟଙ୍କା ଆସିଥିଲା। ଏନେଇ ପୂର୍ବରୁ ପ୍ରସ୍ତୁତି ହୋଇଥିଲା। ସୌଦି ସହିତ ଦେଶର କେତେକ ଅଞ୍ଚଳରୁ ମଧ୍ୟ ଆର୍ଥିକ ସହାୟତା ଦଙ୍ଗାକାରୀଙ୍କ ପାଖରେ ପହଞ୍ଚିଥିବା ପୋଲିସ କହିଛି। ଜାମିଆ ଛାତ୍ର ନେତା ମିରାନ ହୈଦରଙ୍କ ପାଖରେ ସୌଦିରୁ ଟଙ୍କା ଆସିଥିବା ନେଇ ପୋଲିସ ସୂଚନା ଦେଇଛି। ମିରାନଙ୍କୁ ଗିରଫ କରାଯିବା ସମୟରେ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ ହୋଇଥିଲା। ଏପିପିରୁ ନିଲମ୍ବିତ ସଦସ୍ୟ ତାହିର ହୁସେନ ନିଜ କମ୍ପାନୀ ସହାୟତାରେ ୧୨ କୋଟି ଟଙ୍କା ସଂଗ୍ରହ କରିଥିଲେ। ସେହିପରି ପ୍ରତିବନ୍ଧିତ ସଂଗଠନ ପିଏଫ୍‌ଆଇରୁ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ମିଳିଥିବା କୁହାଯାଉଛି। ଜାମିଆ ଛାତ୍ରୀ ଗୁଲୁଫ୍‌ତା ଖାତୁନ ମଧ୍ୟ ଦଙ୍ଗା ପାଇଁ ଦାୟୀ ଥିବା ପୋଲିସ କହିଛି। ତେବେ ଏହି ତିନି ଜଣଙ୍କୁ ଆଗରେ ରଖି ଦଙ୍ଗା କରାଯାଇଥିବାବେଳେ ସେମାନଙ୍କ ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀମାନେ ଥିବା ପୋଲିସ କହିଛି। ଏହାର ତଦନ୍ତ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ହିନ୍ଦୁସ୍ଥାନରେ ପ୍ରେସ୍‌ ରିଭ୍ୟୁ ଖବର ପ୍ରକାଶ ପାଇଛି।

Share