ମମ ଟୁ ବି: ରେଡ କଫତାନରେ ମନ କିଣିଲେ ବିପାଶା

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କ ଭଳି ବିପାଶା ବସୁ ବି ଏବେ ତାଙ୍କ ମ୍ୟାଟରନିଟି ଷ୍ଟାଇଲକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ନିକଟରେ ମାଆ ହେବାକୁ ଯାଉଥିବା ବିପାଶା ଏବେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ତାଙ୍କର ପ୍ରେଗ୍ନେସି ଗ୍ଲୋ ସାଙ୍ଗକୁ ମିଲିୟନ ଡଲାରର ସ୍ମାଇଲ ପ୍ରଶଂସକଙ୍କୁ ପାଗଳ କରିଛି । ଆଉଟଫିଟ କଥା ଆଲୋଚନା କଲେ ରେଡ କଲର ପ୍ରିଣ୍ଟେଡ କଫତାନରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଅଭିନେତ୍ରୀ । ଏହାର କିଛି ଫଟୋ ଶେୟାର କରି କ୍ୟାପଶନରେ ବିପାଶା ଲେଖିଛନ୍ତି, ‘ରସଗୋଲା ହାସ ଲଭ ଇୟୋରସେଲ୍ଫ ହାସ ମାମାଟୁବି’ ।
ଏହି ରେଡ କଲର ପ୍ରିଣ୍ଟେଡ କଫତାନ ସହ ଏକ ସୁନା ଚେନ ଓ ଆଖି ଲାଗିଗଲା ଭଳି ପେଣ୍ଡାଣ୍ଟ କ୍ୟାରି କରିଛନ୍ତି ବିପାଶା । ଏହି ଫଟୋ ଦେଖିବା ପରେ ପ୍ରଶଂସକ ଖୁବ୍ କମେଣ୍ଟ କରୁଛନ୍ତି । ଖାଲି ପ୍ରଶଂସକ ନୁହେଁ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ବିପାଶାଙ୍କୁ ଖୁବ୍ ପ୍ରେଜ କରିଛନ୍ତି । ଅଭିନେତ୍ରୀ ଦିଆ ମିର୍ଜା ଲେଖିଛନ୍ତି, ମିଷ୍ଟି ମା’ । ବିପାଶାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର କମେଣ୍ଟ କରିଛନ୍ତି, କ୍ୟୁଟେଷ୍ଟ କ୍ୟୁଟି ।
ସୂଚନାଯୋଗ୍ୟ, ଅଗଷ୍ଟ ୧୬ରେ ବିପାଶା ଓ କରନ ପ୍ୟାରେଣ୍ଟସ ହେବା କଥା ଆନାଉନ୍ସ କରିଥିଲେ । ଏହାପରଠାରୁ ବିପାଶାଙ୍କୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ୨୦୧୫ରେ ଏମାନେ ପରସ୍ପରକୁ ଏକ ଶୁଟିଂ ସେଟରେ ଭେଟିଥିବା ବେଳେ ୨୦୧୬ରେ ବେଙ୍ଗଲି ଟ୍ରାଡିଶନରେ ବିବାହ କରିଥିଲେ ।

Share