ଏହି ଶିଶୁ ଏବେ ବଲିଉଡ୍‌ର ସୁପରହିଟ୍‌ ଅଭିନେତା: ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ଅନେକ ସମୟରେ ବଲିଉଡ୍‌ ଅଭିନେତା ତଥା ଅଭିନେତ୍ରୀମାନଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେମାନଙ୍କ ମଧ୍ୟରୁ କିଛିଙ୍କୁ ଚିହ୍ନିବା ମୁସ୍କିଲ ହୋଇଯାଇଥାଏ। ସେଭଳି ଏକ ଫଟୋ ଏବେ ଭାଇରାଲ ହେଉଛି। ଏଥିରେ ଦୁଇଜଣ ଶିଶୁ ସାଙ୍ଗ ହୋଇ ଖେଳୁଥିବା ଦେଖାଯାଉଛି। ଫଟୋରେ ଥିବା ଦୁଇଜଣ ଶିଶୁ(ଜଣେ ପୁଅ-ଜଣେ ଝିଅ) ମାଙ୍କ ସହ ଛିଡ଼ା ହୋଇଛନ୍ତି। ଉଭୟ ଭାଇ ଭଉଣୀ ବୋଲି ସ୍ପଷ୍ଟ ହେଉଥିଲେ ହେଁ ସେ କିଏ ତାହା ଜଣାପଡ଼ୁନାହିଁ। ଆପଣ ବି ସେଭଳି ଭାବୁଛନ୍ତି ନା..।

ଫଟୋଟିରେ ଥିବା ଶିଶୁଜଣଙ୍କ ଆଜିକା ସମୟରେ ବଲିଉଡ୍‌ର ସୁପରହିଟ୍‌ ଅଭିନେତା ପାଲଟିସାରିଛନ୍ତି। ତାଙ୍କ ଫିଲ୍ମ ବକ୍ସ ଅଫିସରେ ଧମାକା ମଧ୍ୟ କରିଥାଏ। ବିପଦପୂର୍ଣ୍ଣ ଷ୍ଟଣ୍ଟ, ନୃତ୍ୟ ଏବଂ ଫିଟ୍‌ନେସ୍‌କୁ ନେଇ ପ୍ରଶଂସକମାନେ ତାଙ୍କ ଦିଓ୍ବାନା। ସେ ଆଉ କେହି ନୁହନ୍ତି ସମସ୍ତଙ୍କର ପ୍ରିୟ ଟାଇଗର ଶ୍ରଫ୍‌ ଏବଂ ଭଉଣୀ କ୍ରିଷ୍ଣା ଶ୍ରଫ।

ଟାଇଗରଙ୍କ ମା’ ଆୟଶା ଶ୍ରଫ ଏହି ଫଟୋକୁ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କୁ ଚିହ୍ନିବା ମୁସ୍କିଲ ହେଉଛି। ଏଥିରେ ଟାଇଗରଙ୍କ କଥିତ ପ୍ରେମିକା ଦିଶା କମେଣ୍ଟ ନେଇ ‘ସୋ କ୍ୟୁଟ୍‌’ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri