ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ ଅବହେଳିତ ଥିବା ଅନୁଭବ ହୋଇଛି। ବିଜେଡିର ଅନେକ ନେତୃତ୍ୱ ମଧ୍ୟ ଏହି ଭଳି ସ୍ଥିତିରେ ଅଛନ୍ତି। ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ଅନେକ ପୁରୁଖାଙ୍କ ସହ ଆଲୋଚନା ଚାଲିଛି। ସମସ୍ତଙ୍କ ସହ ଆଲୋଚନା, ପରାମର୍ଶ ପରେ ନୂଆ ଦଳ ଗଢ଼ିବା ଚିନ୍ତା କରାଯିବ।


