ଶତ୍ରୁଙ୍କ ବିରୋଧରେ ମୋଜ୍‌ତାବାଙ୍କ ରଣହୁଙ୍କାର, ଆମ ବଳିଦାନର ପ୍ରତିଶୋଧ ନେବୁ

ତେହରାନ୍‌ ,୧୩।୩: ଆମେରିକା-ଇରାନ୍‌ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍‌ର ନବ ନିଯୁକ୍ତ ସୁପ୍ରିମ ଲିଡର୍‌ ମୋଜ୍‌ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଇରାନୀୟ ସ୍କୁଲ ପିଲାଙ୍କଠାରୁ ଆରମ୍ଭକରି ଯେଉଁମାନେ ଏହି ଯୁଦ୍ଧରେ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତିଶୋଧ ନିଆଯିବ ବୋଲି ମୋଜ୍‌ତାବା ଦୃଢ଼ୋକ୍ତି କରିଛନ୍ତି। ଏପରିକି ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ଇରାନ୍‌ର ଯାହା କ୍ଷୟକ୍ଷତି ହୋଇଛି ତାହାକୁ ମଧ୍ୟ ଶତ୍ରୁ ରାଷ୍ଟ୍ରଠାରୁ ଭରଣା କରାଯିବ ବୋଲି ସେ ଆମେରିକାକୁ ଇଙ୍ଗିତ କରି କହିଛନ୍ତି। ଆଉ ଯଦି ଏହା କରାନଯାଏ, ତେବେ ଇରାନ୍‌ ଆମେରିକା ସମ୍ପତ୍ତିରୁ ସେତିକି ପରିମାଣର ଭରଣା କରିନେବ କିମ୍ବା ଆକ୍ରମଣକରି ସେହି ପରିମାଣର ଆମେରିକୀୟ ସମ୍ପତ୍ତି ନଷ୍ଟ କରିଦେବ ବୋଲି ମୋଜ୍‌ତାବା କହିଛନ୍ତି। ମୋଜ୍‌ତାବାଙ୍କୁ ଗତ ୮ ତାରିଖରେ ଇରାନର ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଥିଲେ ହେଁ ତାଙ୍କର କୌଣସି ବୟାନ ସାମ୍ନାକୁ ଆସି ନ ଥିଲା। ବରଂ ଯୁଦ୍ଧର ପ୍ରଥମ ଦିନରେ ଆମେରିକା ଆକ୍ରମଣରେ ସେ ଆହତ ହୋଇଥିବା ଖବର ଦୁଇ ଦିନ ତଳେ ଇରାନୀୟ ରାଷ୍ଟ୍ରୀୟ ଟିଭି ସୂତ୍ରରୁ ଜଣାପଡ଼ିଥିଲା। ତେବେ ଗୁରୁବାର ମୋଜ୍‌ତାବାଙ୍କ ଏହି ପ୍ରଥମ ମନ୍ତବ୍ୟ ଇରାନ୍‌ର ଜାତୀୟ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହୋଇଛି।
ଏହି କ୍ରମରେ ମୋଜ୍‌ତାବା ଇରାନ୍‌ର ସେନାକୁ ଧନ୍ୟବାଦ ଦେବା ସହ ଶତ୍ରୁ ବିପକ୍ଷରେ ଲଢ଼େଇ ଜାରି ରହିଥିବାରୁ ସେମାନଙ୍କୁ ଦେଶର ବଡ଼ ବନ୍ଧୁ ବୋଲି କହିଛନ୍ତି। ଉପସାଗରୀୟ ଅଞ୍ଚଳରେ ଆମେରିକାର ଯେତେଗୁଡିଏ ସାମରିକ ପ୍ରତିଷ୍ଠାନ ରହିଛି ସେଗୁଡିକୁ ତୁରନ୍ତ ବନ୍ଦ କରିଦିଆଯିବ। ଏଥିପାଇଁ ଆମେରିକୀୟ ଘାଟି ରହିଥିବା ଦେଶଗୁଡିକ ଉପରେ ଆକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି। ଏହାଛଡ଼ା ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଛନ୍ତି। ଏହାଦ୍ୱାରା ଶତ୍ରୁ ରାଷ୍ଟ୍ରଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ ବୋଲି ମୋଜ୍‌ତାବା କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ୮ ଗଲେ, ୬ ରହିଲେ

ଭୁବନେଶ୍ୱର, ୧୩।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ଏପ୍ରିଲ ୨ରେ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ, ୧୭ରୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୩(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଏପ୍ରିଲ ୨ରେ ଶିଶୁବାଟିକା ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ କରାଯିବ। ଏହି…

ଇଥିଓପିଆରେ ଭୟଙ୍କର ଭୂସ୍ଖଳନ: ୫୦, ମୃତ, ୧୨୫ ନିଖୋଜ

ଆଡିସ୍‌ ଆବାବା,୧୩।୩: ଇଥିଓପିଆର ଦକ୍ଷିଣ ଭାଗରେ ସପ୍ତାହେ ଧରି ପ୍ରବଳ ବର୍ଷା ଫଳରେ ୩ ଜିଲାରେ ଭୂସ୍ଖଳନ ଯୋଗୁ ଅନୂ୍ୟନ ୫୦ ଜଣଙ୍କ ମୃତ୍ୟୁ ଘଟିବା ସହ…

ଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ ଏତେ ବଡ଼ କଥା, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଇରାକ ଆକାଶରେ ଘଟିଲା ଏମିତି…ଭୟରେ ଆମେରିକା

ଓ୍ବାଶିଂଟନ୍‌,୧୩।୩: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଗୁରୁବାର ଘୋଷଣା କରିଛି ଯେ ପଶ୍ଚିମ ଇରାକରେ ଏକ ଆମେରିକୀୟ ସାମରିକ KC-135 ଏୟାରଲିଫ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି…

ଇରାନ ସହିତ ବିବାଦ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ବୟାନ, ମୋଜ୍‌ତାବା ଖାମେନେଇଙ୍କ ଜୀବନର କୌଣସି ଗ୍ୟାରେଣ୍ଟି…

ତେହରାନ୍‌ ,୧୩।୩: ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ଇରାନ ବିରୁଦ୍ଧରେ ଏକ ମିଳିତ ସାମରିକ ଅଭିଯାନ ଚାଲିଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଘାତକ ଆକ୍ରମଣ ଆରମ୍ଭ…

ଇରାନ-ଆମେରିକା ଯୁଦ୍ଧ: ନେତାନ୍ୟାହୁଙ୍କ ଜାଲରେ ଫସିଲେ କି ଟ୍ରମ୍ପ?

ନୂଆଦିଲ୍ଲୀ,୧୨।୩: ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ସୂତା ପାଲଟିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri