ମୋହନ ମାଝି ହେଲେ ପିଏସି ଅଧ୍ୟକ୍ଷ

ଭୁବନେଶ୍ବର,୨୪।୮(ବ୍ୟୁରୋ): ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ପିଏସି(ପବ୍ଲିକ ଆକାଉଣ୍ଟସ୍‌ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ସବୁବେଳେ ବିରୋଧୀ ଦଳ ନେତା ହିଁ ପବ୍ଲିକ ଆକାଉଣ୍ଟସ୍‌ କମିଟି ଅଧ୍ୟକ୍ଷ ହୋଇଥାଆନ୍ତି। ହେଲେ ଓଡ଼ିଶାରେ ପୂର୍ବରୁ ଦୁଇଥର ଏଭଳି ହୋଇଛି। ଥରେ ଜନତା ଦଳ ସରକାର ଚାଲିଥିବାବେଳେ ଏବଂ ଗୋଟିଏ ଥର କଂଗ୍ରେସ ସରକାର ସମୟରେ ଯେତେବେଳେ ବିରୋଧୀ ଦଳ ନେତା ଏବଂ ପିଏସି ଅଧ୍ୟକ୍ଷ ଦୁଇ ଜଣଙ୍କୁ କରାଯାଇଛି। ଏହା ରାଜ୍ୟରେ ତୃତୀୟ ଘଟଣା ବୋଲି ବିଧାନସଭାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳ ନେତା ଥିବାବେଳେ ସେ ପିଏସି ଅଧ୍ୟକ୍ଷ ଥିଲେ। ତାଙ୍କୁ ଏହି ଦାୟିତ୍ୱରୁ ହଟାଇ ଭାଜପାରେ ବିରୋଧୀ ଦଳ ନେତା କାହାକୁ କରାଯିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଜୟନାରାୟଣ ମିଶ୍ର ଏବଂ ମୋହନ ମାଝିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍‌ ଧରିଲା। ତେବେ ଭାଜପା ବିଧାୟକ ଦଳ ବୈଠକରେ ସମସ୍ତ ସଦସ୍ୟ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ହେବାକୁ କହିଥିବା ବେଳେ ମୋହନଙ୍କୁ ପିଏସି ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଥିଲେ। ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ନିଯୁକ୍ତ ହେବାପରେ ଭାଜପା ଚିଠି ଲେଖି ମୋହନ ମାଝିଙ୍କୁ ପିଏସି ଅଧ୍ୟକ୍ଷ କରିବା ନେଇ ବାଚସ୍ପତିଙ୍କୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ଏକ ବିଜ୍ଞପ୍ତି ଜାରି କରିବାକୁ କହିଥିଲେ। ସେହି ଅନୁଯାୟୀ ବାଚସ୍ପତି ଚିଠି କରି ମୋହନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ରାଜ୍ୟରେ ସରକାର ଯେଉଁ ଅର୍ଥ ଖର୍ଚ୍ଚ ଲାଗି ବଜେଟ୍‌ ପ୍ରସ୍ତୁତ କରୁଛନ୍ତି ତା’ର ହିସାବ ପିଏସି କମିଟି ନେଇଥାଏ। ସିଏଜି ଅଡିଟ୍‌ କରିବା ପରେ ଯଦି କେଉଁଠାରେ ଦୁର୍ନୀତି ବା ଅର୍ଥ ହେରଫେର ହୋଇଥିବା ତଥ୍ୟ ପାଆନ୍ତି ତା’ଉପରେ ପିଏସିରେ ବୈଠକ ହୋଇ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ପିଏସି ଅଧ୍ୟକ୍ଷ ନିଷ୍ପତ୍ତି ନେଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri