ରାଷ୍ଟ୍ରପତିଙ୍କ ଘର ଆଗରେ ପିଲାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ ପଚାରିଲେ ମୋହନ ମାଝୀ, ଏହି ଘର କାହାର କହି…

ଭୁବନେଶ୍ୱର,୪ା୨: ରାଷ୍ଟ୍ରପତିଙ୍କ ଘର ଆଗରେ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିବା ପିଲାଙ୍କ ସହିତ ଅନେକ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ଅନେକ କିଛି ପଚାରିଥିଲେ। ଯେମିତି ଏହି ଘର କାହାର, ବଡ଼ ହେଲେ କ’ଣ ହେବ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କ’ଣ, ଦେଖିଛ କି ତାଙ୍କୁ ଏପରି ଅନେକ ପ୍ରଶ୍ନ କୁନିକୁନି ପିଲାଙ୍କୁ ପଚାରିଥିଲେ। ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ହସିହସି ଉତ୍ତର ଦେଇଥିଲେ।

ଆହୁରି ପଢ଼ନ୍ତୁ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଆଜି ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ପାଠ ସହ ଖେଳ ଜାରି ରଖିବା ପାଇଁ ଛାତ୍ରୀଙ୍କୁ କହିଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ମଙ୍ଗଳବାର ଯାଜପୁର ଅଭିମୁଖେ ଗସ୍ତ କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁର ପ୍ରଶାସନିକ ପଡ଼ିଆଠାରେ ଅବତରଣ କରି ସେଠାରୁ ସିଧା ମା’ ବିରଜାଙ୍କ ଦର୍ଶନ କରିଥିଲେ। ମୁଣ୍ଡରେ ଓଢଣା ଦେଇ ସମ୍ପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଢଙ୍ଗରେ ସେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ନାଭିଗୟାଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ମା’ ବିରଜାଙ୍କୁ ଦର୍ଶନ ପରେ ମନ୍ଦିର ପରିକ୍ରମା କରୁଥିବାର ଦେଖାଯାଇଥିଲା। ଯାଜପୁର ଗସ୍ତ ସମୟରେ ରାଷ୍ଟ୍ରପତିଙ୍କୁ ଶାନ୍ତିର ପ୍ରତୀକ ବୁଦ୍ଧ ମୂର୍ତ୍ତି ଉପହାର ଭେଟି ଦିଆଯାଇଥିଲା। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସେହିପରି ବୁଧବାର ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ମହାମହିମ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri