ମୋହନଙ୍କ ମନ୍ତ୍ରୀମଣ୍ଡଳ: ଏମାନଙ୍କୁ ମିଳିପାରେ ବଡ଼ ବିଭାଗ! ଲିଷ୍ଟରେ…

ଭୁବନେଶ୍ୱର,୧୩।୬: ଶପଥ ନେଇଛନ୍ତି ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ଜଣେ ଆଦିବାସୀ ନେତା ଅଟନ୍ତି। ଏଥିସହ ଓଡ଼ିଶାକୁ ୨୪ବର୍ଷ ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ମିଳିଛନ୍ତି। ସେମାନେ ହେଲେ ପ୍ରଥମ ଥର ବିଧାୟକ ହୋଇଥିବା ପ୍ରଭାତି ପରିଡା ଓ ବରିଷ୍ଠ ବିଧାୟକ କନକବର୍ଦ୍ଧନ ସିଂ ଦେଓ। ତେବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ୮ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୫ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ମୋହନଙ୍କ ସରକାରରେ କାହାକୁ କେଉଁ ବିଭାଗ ମିଳିବ ଏନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରଠାରୁ ଚର୍ଚ୍ଚା ଲାଗି ରହିଛି। ଆଶା କରାଯାଉଛି ଏନେଇ ଆଜି ଆସିପାରେ ପୋର୍ଟଫୋଲିଓ ।

୮ଜଣ କ୍ୟାବିନେଟ ପାହ୍ୟା ପାଇଥିବା ମନ୍ତ୍ରୀମାନେ ହେଲେ, ସୁରେଶ ପୂଜାରୀ, ରବି ନାରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଓ ଡ. କୃଷ୍ଣଚନ୍ଦ୍ର ମହାପାତ୍ର।
ରାଷ୍ଟ୍ରମନ୍ତ୍ରୀ ହେଲେ, ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସମାନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ସ୍ବାଇଁ।

ତେବେ ଏମାନଙ୍କୁ ଛଡା ଅନ୍ୟ କେତେଜଣ ଦାବିଦାରଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ବିଧାନସଭାକୁ ପ୍ରଥମ ଏଣ୍ଟ୍ରିରେ ମନ୍ତ୍ରୀ ହୋଇଥିବା ୭ ବିଧାୟକଙ୍କୁ ଆଜି ବିଭାଗ ବଣ୍ଟନ କରାଯିବ । କୁହାଯାଉଛି କି, ବିଜେଡି ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜିରେ ହରାଇ ପ୍ରଚଣ୍ଡ ବିଜୟ ହାସଲ କରିଥିବା ଲକ୍ଷ୍ମଣ ବାଗ୍‌ଙ୍କୁ ମଧ୍ୟ କୌଣସି ବିଭାଗ ମିଳିପାରେ। ଏଥିସହ ଛତିଶଗଡ ରାଜ୍ୟପାଳଙ୍କ ପୁଅ ପୃଥୀରାଜ ହରିଚନ୍ଦନଙ୍କୁ କିଛି ବଡ଼ ବିଭାଗ ମଧ୍ୟମିଳିପାରେ ବୋଲି ଚର୍ଚ୍ଚା ହେଉଛି।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଲିଷ୍ଟରେ ବାବୁ ସିଂ, ଇରାସିସ ଆଚାର୍ଯ୍ୟ, ସଞ୍ଜାଳି ମୁର୍ମୁ, ଶତ୍ରୁଘ୍ନ ଜେନା,ନବୀନ କୁମାର ଜୈନ, ସରୋଜ କୁମାର ପ୍ରଦାନ, ଦୁର୍ଗା ପ୍ରସାଦ ନାଏକ, ପ୍ରଦ୍ୟୁମ୍ନ କୁମାର ନାଏକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ।
ଏଥିସହ ରଣପୁର ବିଧାୟିକା ତଥା ଭାଜପାର ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କୁ ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି।

କହିରଖୁଛୁ କି, ଓଡ଼ିଶା ମନ୍ତ୍ରୀମଣ୍ଡଳର ମୁଖ୍ୟମନ୍ତ୍ରୀଙ୍କ ସମେତ ୨୨ଜଣ ମନ୍ତ୍ରୀ ରହିପାରିବେ। ଏବେଯାଏ ମୁଖ୍ୟମନ୍ତ୍ରୀ ଓ ଉପ ମୁକ୍ୟମନ୍ତ୍ରୀଙ୍କ ସମେତ ୧୬ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି। ୮ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଥିବାବେଳେ ୫ଜଣଙ୍କୁ ରାଷ୍ଟ୍ରପାହ୍ୟା ମିଳିଛି। ତେବେ ଆହୁରି ୬ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି। ଆଜି ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ ସୂଚନା ମିଳପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri