Posted inଜାତୀୟ

ଆଇସ୍‌କ୍ରିମ୍‌ରୁ ବାହାରିଲା ମଣିଷର କଟା ଆଙ୍ଗୁଳି

ମୁମ୍ବାଇ,୧୩ା୬: ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା କହିଛନ୍ତି, ସେ ଏକ ଆଇସ୍‌କ୍ରିମ୍‌ ଭିତରୁ ମଣିଷର କଟା ଆଙ୍ଗୁଳି ପାଇଛନ୍ତି। ମହିଳା ଜଣକ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଏହାକୁ ଖାଇବା ବେଳେ ଏଥିରୁ ମଣିଷର ଆଙ୍ଗୁଳି ବାହାରିଥିଲା।

ପ୍ରାଥମିକ ଅନୁସନ୍ଧାନରେ ପୋଲିସ କହିଛି ଯେ, ଆଇସ୍‌କ୍ରିମ୍‌ କୋନ୍‌ରେ ମଣିଷର ଅଙ୍ଗ ରହିଛି। ଅଧିକ ଯାଞ୍ଚ ପାଇଁ ଆଇସ୍‌କ୍ରିମ୍‌ରୁ ମିଳିଥିବା ମାନବ ଶରୀରର ଅଂଶକୁ ଏଫ୍‌ଏସ୍‌ଏଲ୍‌କୁ ପୋଲିସ ପଠାଇଛି।

ମହିଳା ଜଣକ କହିଛନ୍ତି, ସେ ଆଇସ୍‌କ୍ରିମ୍‌ରୁ ଅଧାରୁ ଅଧିକ ଖାଇଛନ୍ତି, କିଛି ଅଲଗା ଅନୁଭବ ହେବାରୁ ସେ ଆଇସକ୍ରିମରେ ମନୁଷ୍ୟର କଟା ଆଙ୍ଗୁଳି ଦେଖିଥିଲେ। ପୋଲିସ କହିଛି, ଅନଲାଇନରେ ଅର୍ଡର ହୋଇଥିବା ଆଇସ୍‌କ୍ରିମ୍‌ କୋଣ ଭିତରୁ ଓରଲେମ ବାସିନ୍ଦା ବ୍ରାଣ୍ଡେନ ସେରାଓ (୨୭) ବୁଧବାର ମଣିଷ ଆଙ୍ଗୁଳିର ଏକ ଖଣ୍ଡ ପାଇଥିଲେ। ଏହା ପରେ ବ୍ରାଣ୍ଡେନ ମଲାଡ ଥାନାରେ ପହଞ୍ଚିଥିଲେ। ମଲାଡ ପୋଲିସ ୟୁମୋ ଆଇସ୍‌କ୍ରିମ୍‌ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରି ଆଇସ୍‌କ୍ରିମ୍‌କୁ ତଦନ୍ତ ପାଇଁ ପଠାଇଛି। ଆଇସ୍‌କ୍ରିମ୍‌ରେ ମିଳିଥିବା ମାନବ ଶରୀରର ଅଂଶକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri