ଅଯୋଧ୍ୟା ଗସ୍ତ ପୂର୍ବରୁ ଆରଏସ୍‌ଏସ୍‌ ମୁଖ୍ୟ କରାଇଲେ କରୋନା ଟେଷ୍ଟ

ଆଯୋଧ୍ୟା,୪।୮: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ଆରମ୍ଭ ସୋମବାରଠାରୁ ହୋଇଛି। ମଙ୍ଗଳବାର ରାମାର୍ଚ୍ଚା ପୂଜା ଅନୁଷ୍ଠିତ ହୋଇଛି। ଏଥିସହ ଡ୍ରୋନ୍‌ ଜରିଆରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ସରୟୁ ଘାଟକୁ ଜଗିଛି ଡ୍ରୋନ୍‌। ଅନ୍ୟପଟେ ଭୂମି ପୂଜନରେ କରୋନ ବଡ଼ ପ୍ରସଙ୍ଗ ସାଜିଛି। ଏଥିପାଇଁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତ ଲୋକଙ୍କ ପ୍ରଥମେ କରୋନା ଯାଞ୍ଚ କରାଯାଉଛି। ଏହି କ୍ରମରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଲକ୍ଷ୍ନୌରେ ନିଜର କରୋନା ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ସେହିପରି କୃଷ୍ଣ ଗୋପାଲ, ଭୈୟା ଜି ଜୋଶୀ, ଦତାତ୍ରେୟ ହୋସବୋଲେ, କ୍ଷେତ୍ର ପ୍ରଚାରକ ଅନୀଲ ମଧ୍ୟ ଲକ୍ଷ୍ନୌରେ କରୋନା ଯାଞ୍ଜ କରାଇଛନ୍ତି। ଆଉ କିଛି ସମୟ ପରେ ଏମାନେ ସମସ୍ତେ ଆୟୋଧ୍ୟା ଅଭିମୂଖେ ବାହାରିବେ। ଅନ୍ୟପଟେ ଖବର ମିଳିଛି ଯେ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଓ ଦିନେଶ ଶର୍ମା ମଧ୍ୟ କରୋନା ଯାଞ୍ଚ କରାଇବା ପରେ ଆଯୋଧ୍ୟ ଗସ୍ତ କରିବେ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share