Categories: ଖେଳ

ଦେଶ ପାଇଁ ପିତାଙ୍କ ଶେଷଦର୍ଶନ କରିପାରି ନ ଥିଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୯।୧୨: ପିତାଙ୍କ ଛାୟା ମୁଣ୍ଡ ଉପରୁ ଉଠିଗଲେ ଯେକୌଣସି ବ୍ୟକ୍ତି ଭାଙ୍ଗିଯାଏ। ଏହି ଦୁଃଖରୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ । ତଥାପି, କିଛି ବିଶେଷ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ପିତାଙ୍କ ମୃତ୍ୟୁକୁ ଭୁଲି ନିଜ ଦେଶ ଜିତିବା ପାଇଁ ଶକ୍ତି ପ୍ରଦର୍ଶନ କରନ୍ତି । ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭରେ ପିତାଙ୍କୁ ହରାଇଥିବା ମହମ୍ମଦ ସିରାଜଙ୍କ ବିଷୟରେ ଆଲୋଚନା ହେଉଛି। କିନ୍ତୁ ଏହା ସତ୍ତ୍ୱେ ସେ ନିଜ ଦେଶକୁ ଫେରି ନ ଥିଲେ। ସେ ଟିମ ଇଣ୍ଡିଆ ସହିତ ଛିଡା ହେବାକୁ ସ୍ଥିର କଲେ ଏବଂ ଏବେ ଏହି ଦ୍ରୁତ ବୋଲର ନିଜେ ଡେବ୍ୟୁ ଟେଷ୍ଟରେ ତାଙ୍କ ପିତାଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତ। ମେଲବର୍ଣ୍ଣ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଡେବ୍ୟୁ କ୍ୟାପ ଦିଆଯାଇଥିଲା। ସେତେବେଳେ କେହି ଭାବି ନ ଥିଲେ ଯେ ସେ ଅଷ୍ଟ୍ରେଲୀୟ ଶିବିରରେ ଏକ ଭୟ ସୃଷ୍ଟି କରିବେ। ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ତାଙ୍କ ଗତି, ବାଉନ୍ସ, ସୁଇଙ୍ଗ ଏବଂ ଓଲଟା ସୁଇଙ୍ଗ ସହିତ ବିପକ୍ଷ ବ୍ୟାଟ୍ସମ୍ୟାନ ଅସୁବିଧାରେ ପକାଇଥିଲେ। ସିରାଜ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ୫ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ସିରାଜ ଦୁଇଟି ଉଇକେଟ ନେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ଏହି ଦ୍ରୁତ ବୋଲର ୩ ଉଇକେଟ ନେଇଥିଲେ।

Share