Categories: ଖେଳ

ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ। ଗରିବ ପରିବାରରୁ ଆସିଥିବା ଗୌସ ପୁଅଙ୍କୁ କ୍ରିକେଟର କରିବା ପାଇଁ ନିଜର ସବୁକିଛି ବାଜିରେ ଲଗାଇଦେଇଥିଲେ। ପେଟକୁ ନଖାଇ ସେ ପୁଅଙ୍କୁ କ୍ରିକେଟର କରିଛନ୍ତି। ଆଇପିଏଲରେ ଆର୍‌ସିବି ପକ୍ଷରୁ ଖେଳୁଥିବା ସିରାଜ ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ନିଜର ଟେଷ୍ଟ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାକୁ ନେଇ ସେ ବ୍ୟସ୍ତ ଥିବା ବେଳେ ହଠାତ ବାପାଙ୍କ ମୃତ୍ୟୁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। କ୍ୱାରାଣ୍ଟାଇନ୍‌ ନିୟମ ଯୋଗୁ ସିରାଜ ଭାରତ ଫେରିପାରିବେ ନାହିଁ। ଅପରପକ୍ଷେ ତାଙ୍କ ବାପା ପ୍ରଥମ ଡେବ୍ୟୁ ଦେଖିପାରିବେ ନାହିଁ ଜାଣିବା ପରେ ତାଙ୍କୁ ଦୁଃଖ ଦେଇଛି।

ଅଟୋ ଚାଳକ ଭାବେ ପରିବାରର ପ୍ରତିପୋଷଣ କରି ଆସୁଥିଲେ ଗୌସ। ସୀମିତ ଧନ ଥିବା ସତ୍ତ୍ୱେ ସେ ନିଜ ପୁଅଙ୍କୁ ଖେଳିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ହେଲେ ସବୁକିଛି ଠିକ୍‌ ହେବା ବେଳକୁ ସେ ଦେଖିବାକୁ ନାହାନ୍ତି। ବାପାଙ୍କ ନିଧନ ନେଇ ସିରାଜ କୁହନ୍ତି, ଏହା ଚମକାଇବା ଭଳି। ମୁଁ ଜୀବନର ସବୁଠାରୁ ବଡ଼ ଆଶାବାଡ଼ି ହରାଇ ଦେଇଛି। ମୋତେ ଦେଶ ପାଇଁ ଖେଳୁଥିବା ଦେଖିବା ତାଙ୍କର ସ୍ବପ୍ନ ଥିଲା। ତାହା ପୂରଣ କରିଥିବାରୁ ମୁଁ ଖୁସି ବୋଲି ସିରାଜ କହିଛନ୍ତି।

Share