Categories: ଖେଳ

ସବୁ ସୀମା ଟିପଲେ ଏହି କ୍ରିକେଟ୍‌ଙ୍କ ସ୍ତ୍ରୀ, ଭିଡିଓ ଶେୟାର କରି କହିଲେ…

ଭାରତୀୟ କ୍ରିକେଟ୍‌ର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ହସିନଙ୍କ ସହ ଶାମିଙ୍କ ବିବାଦକୁ ସମସ୍ତେ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ହସିନ ବହୁତ ସକ୍ରିୟ ଅଛନ୍ତି। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ହସିନ ଏଥର ଏଭଳି ଏକ ଭିଡିଓ ଶେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇନଷ୍ଟାଗ୍ରାମରେ ହସିନ ଜାହାନ ଏକ ଭିଡିଓ ଶେୟାର କରି କହିଛନ୍ତି, ଅଭଦ୍ର ବ୍ୟବହାର କରିବାର ଗୋଟିଏ ସୁବିଧା ହେଉଛି ଯେ ଅଦରକାରୀ ଲୋକମାନେ ଆଉ ମୁହଁ ଲଗାନ୍ତି ନାହିଁ। ଏହି ପୋଷ୍ଟ କରିବା ପରେ ଭାରତୀୟ କ୍ରିକେଟ ପ୍ରଶଂସକ ଏବଂ ଅନେକ ଲୋକ ଏହାକୁ ମହମ୍ମଦ ଶାମିଙ୍କ ସହ ଯୋଡି ଦେଖିବା ଆରମ୍ଭ କରିଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି, ଏହି କାରଣରୁ ଆମ ଭାଇ ଆପଣଙ୍କ ଚେହେରାକୁ ଦେଖନ୍ତି ନାହିଁ, ତାପରେ କେହି ଜଣେ କହିଥଲେ ଯେ ଆପଣଙ୍କ ଓଠରେ ଟେପ ଲଗାଇ ଦିଅନ୍ତୁ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ବହୁ ବର୍ଷ ଧରି ଚାଲିଆସୁଥିବା ମହମ୍ମଦ ଶାମି ଏବଂ ହସିନ ଜାହାଁଙ୍କ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ୨୦୧୮ରେ ଶାମିଙ୍କ ନାଁରେ ଆକ୍ରମଣ, ବଳାତ୍କାର, ହତ୍ୟା ଉଦ୍ୟମ ଏବଂ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ହସିନ। ଶାମିଙ୍କ ବିରୋଧରେ ଆଇପିସିର ଧାରା ୪୯୮ଏ (ଯୌତୁକ ନିର୍ଯାତନା) ଏବଂ ଧାରା ୩୫୪ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।
ମହମ୍ମଦ ଶାମି ୬ ଜୁନ ୨୦୧୪ରେ କୋଲକାତାର ମଡେଲ ହସିନ ଜାହାନଙ୍କୁ ବିବାହ କରିଥିଲେ। ହସିନ ଜଣେ ମଡେଲ ଥିଲେ।

Share