Posted inଖେଳ

ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା

ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଅଂଶଗ୍ରହଣ କରିବା ପରଠାରୁ ଶାମି କୌଣସି ପ୍ରକାର କ୍ରିକେଟ୍ ଖେଳି ନାହାନ୍ତି।

ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଏବଂ ପରବର୍ତ୍ତୀ ସମୟରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଶାମି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ରେ ଗୁଜରାଟ ପାଇଁ ମଧ୍ୟ ଖେଳିବାକୁ ଉପଲବ୍ଧ ହୋଇ ନଥିଲେ। ଆଇପିଏଲର ଗତ ସଂସ୍କରଣରେ ଶାମି ଅଗ୍ରଣୀ ୱିକେଟ୍ ନେବାର ସଫଳତା ପାଇଥିଲେ। ତେବେ ଚ୍ୟାଲେଞ୍ଜିଂ ସମୟ ମଧ୍ୟରେ ଶାମି ଶୀଘ୍ର ସୁସ୍ଥ ହେବାର ଆଶା ଛାଡି ନାହାଁନ୍ତି।

ଶାମି ତାଙ୍କର ପୋଷ୍ଟରେ ଲେଖିଛନ୍ତି “ଟ୍ରାକକୁ ଫେରି ସଫଳତା ପାଇଁ ଭୋକିଲା ଅଛନ୍ତି। ରାସ୍ତା କଠିନ ହୋଇପାରେ, କିନ୍ତୁ ଗନ୍ତବ୍ୟ ସ୍ଥଳ ମୂଲ୍ୟବାନ ବୋଲି ଶାମି ଲେଖିଛନ୍ତି।

ଶାମି ଆଘାତ ସହ ସଂଗ୍ରାମ କରୁଛନ୍ତି ଏବଂ ଏଥିପାଇଁ ନିକଟରେ ସେ ଅପରେଶନ କରିଥିଲେ। ପ୍ରାରମ୍ଭରେ, ସେ ଏକ କ୍ରମାଗତ ଗୋଇଠି ସମସ୍ୟାରେ ପୀଡିତ ହୋଇଥିଲେ ଯାହା ଫେବୃଆରୀ ୨୦୨୪ ରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିଲା, ଯେଉଁଠି ପାଇଁ ସେ ଆଇପିଏଲ୍ରୁ ବାଦ୍ ପଡ଼ିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସୁସ୍ଥ ହେଉଥିବାର ସୂଚନା ଦେଇଛନ୍ତି।

ବିସିସିଆଇ ସଚିବ ଜୟ ଶାହା ସୁନିଶ୍ଚିତ କରିଛନ୍ତି ଯେ, ଶାମି ବାଙ୍ଗଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ସେପ୍ଟେମ୍ବର ୨୦୨୪ରେ ପ୍ରତ୍ୟାବର୍ତନ କରିବେ। ତେବେ ଟି୨୦ ବିଶ୍ୱକପରେ ତାଙ୍କର ଖେଳିବା ଏବେ ଅନିଶ୍ଚିତତା ଭିତରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri