Categories: ଖେଳ

ବୁମ୍‌ରାଙ୍କ ସ୍ଥାନ ନେବେ ଶାମି

ନୂଆଦିଲ୍ଲୀ,୪।୧୦: ଟି୨୦ ବିଶ୍ୱକପ୍‌ ପର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି। କାରଣ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଜସପ୍ରିତ ବୁମ୍‌ରା ପିଠିରେ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଠିକ୍‌ ହେବାକୁ ପ୍ରାୟ ୬ ସପ୍ତାହ ସମୟ ଲାଗିପାରେ। ଏହାକୁ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବୁମ୍‌ରା ଟୁର୍ନାମେଣ୍ଟରେ ଭାଗ ନେବେ ନାହିଁ। ଏବେ ଅନୁଭବି ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମେଗା ଇଭେଣ୍ଟରେ ବୁମ୍‌ରାଙ୍କ ସ୍ଥାନ ମିଳିବ ବୋଲି ଜଣାପଡ଼ିଛି। ଏହାଛଡ଼ା ମହମ୍ମଦ ସିରାଜ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳରେ ଯୋଗ ଦେବେ।

ଶାମି ଗତ ବର୍ଷ ଟି୨୦ ବିଶ୍ୱକପ୍‌ ପରଠାରୁ କୌଣସି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନାହାନ୍ତି। ହେଲେ ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷସିରିଜରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ମାତ୍ର କରୋନା ସଂକ୍ରମିତ ହୋଇଯିବାରୁ ସେ ଖେଳିପାରି ନ ଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ମଧ୍ୟ ସେ ବାଦ୍‌ ପଡ଼ିଥିଲେ।

Share