Posted inଖେଳ

ଏକଦା ୨୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଚିନ୍ତାରେ ରହୁଥିଲେ ପରିବାର, ଏବେ ପାଲଟିଲେ ଦେଶର ସବୁଠୁ ବଡ଼ ‘ହିରୋ’

ନୂଆଦିଲ୍ଲୀ,୧୬।୧୧: ବିଶ୍ୱକପ୍‌ ସେମିଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ତାରକା ବୋଲର ମହମ୍ମଦ ଶାମି। ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟର ଭାବେ କ୍ରମାଗତ ଭାବେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିଥିବା ଶାମି ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦିନ ଥିଲା ସେ ଆତ୍ମହତ୍ୟା କରିନେବେ ବୋଲି ଚିନ୍ତା କରୁଥିଲେ। ତାଙ୍କୁ ହରାଇବା ଭୟରେ ପରିବାରଲୋକେ ତାଙ୍କୁ ଜଗି ରହୁଥିଲେ। ହେଲେ ଏବେ ସମୟ ବଦଳିବା ସହ ବଦଳିଛି ଶାମିଙ୍କ ଭାଗ୍ୟ।

ଗତ କିଛି ବର୍ଷ ମଧ୍ୟରେ ଶାମି ଅନେକେ ବିବାଦ ଏବଂ ଅଭିଯୋଗରେ ଫସିଥିଲେ। ଉକ୍ତ ସମୟରେ ଥରେ କି ଦୁଇ ଥର ନୁହେଁ ବରଂ ତିନି ଥର ସେ ଆତ୍ମହତ୍ୟା କରିଦେବେ ବୋଲି ଭାବିଥିଲେ। ୨୦୧୫ ବିଶ୍ୱକପ୍‌ ପରେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରୁଥିବା ଶାମିଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ହେଲେ ପରିବାରର ସହଯୋଗ ଯୋଗୁ ସେ ସମୟ ସହ ଲଢ଼ି ଏବେ ନିଜ ଭାଗ୍ୟ ନିଜ ହାତରେ ଲେଖୁଛନ୍ତି।

୨୦୨୦ରେ କରୋନା ସମୟରେ ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ୍‌ରେ ଶାମି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବା ପ୍ରସଙ୍ଗରେ ଖୁଲାସା କରିଥିଲେ। ଯଦି ପରିବାରଲୋକେ ସାଙ୍ଗରେ ଛିଡ଼ା ହୋଇ ନ ଥାନ୍ତେ ତେବେ ସେ କ୍ରିକେଟ ଛାଡ଼ି ଦେଇଥାନ୍ତେ। କାରଣ ମାନସିକ ସ୍ଥିତିକୁ ଦେଖି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସହ ସବୁବେଳେ ରହୁଥିଲେ। ୨୪ ମହଲାରେ ଘର ଥିବାରୁ ସେ କାଳେ ଡେଇଁ ପଡ଼ିବେ ବୋଲି ସେମାନେ ଭାବୁଥିଲେ ବୋଲି ଶାମି କହିଥିଲେ। ଯେଉଁମାନେ ତାଙ୍କ କଠିନ ସମୟରେ ତାଙ୍କ ସହ କାନ୍ଥ ଭଳି ରହିଥିଲେ ସେମାନଙ୍କୁ ସେ କଦାପି ଭୁଲି ପାରିବେ ନାହିଁ ବୋଲି ମଧ୍ୟ କହି ଭାବବିହ୍ବଳ ହୋଇଥିଲେ।

ତେବେ ବୁଧବାର ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ସେ ଜାହିର ଖାନ୍‌ଙ୍କ ରେକର୍ଡ ଭାଙ୍ଗିଥିଲେ। ସେ ୫୭ ରନ୍‌ ଦେଇ ୭ ଉଇକେଟ ନେଇ ଭାରତୀୟ ଟିମ୍‌ ଦ୍ୱାରା ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଥିଲେ। ଏଯାବତ ଟୁର୍ନାମେଣ୍ଟରେ ସେ ୬ ମ୍ୟାଚ୍‌ରେ ୨୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri