Categories: ଖେଳ

ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ହେବା ପରଠାରୁ ତାଙ୍କର ପୂର୍ବତନ ସ୍ତ୍ରୀ ହସିନ ଜହାଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇଯାଇଛନ୍ତି। ନିଜର ଫଟୋ ଏବଂ ଭିଡିଓ ସେ ସବୁ ସମୟରେ ଶୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ସେ ସମୂଦ୍ର କୂଳରେ ଛିଡାହୋଇଥିବାର ଏକ ବୋଲ୍ଡ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ଭେଟେରାନ ଅଭିନେତ୍ରୀ ହେମା ମାଳିନିଙ୍କ ସହ ତୁଳନା କରୁଛନ୍ତି। ହସିନଙ୍କ ଏହି ଫଟୋକୁ ବହୁତ ଲୋକ ଲାଇକ୍‌ ଏବଂ କମେଣ୍ଟ କରୁଛନ୍ତି। କେତେକ ୟୁଜର ତାଙ୍କର ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର ତାଙ୍କୁ ହେମା ମାଳିନିଙ୍କ ସହ ତୁଳନା କରି ଗୀତ ଲେଖିଛନ୍ତି, କ୍ୟା ଖୁବ୍‌ ଲଗତି ହୋ ବଡି ସୁନ୍ଦର…। ସେହିପରି ଅନ୍ୟ ଜଣେ ୟୁଜର ତାଙ୍କୁ ଟ୍ରୋଲ କରି ଲେଖିଛନ୍ତି, ଏ କିଏ, ଏତେ ଖରାପ ଫଟୋଶୁଟ୍‌ କରିଛି।

Share