Posted inଖେଳ

ପାକିସ୍ତାନର ଏହି ଖେଳାଳିଙ୍କ ଉପରେ ବର୍ଷିଲେ ଶାମି, କହିଲେ- ଲାଜ ଲାଗିବା କଥା…

ନୂଆଦିଲ୍ଲୀ,୮।୧୧: ପାକିସ୍ତାନର ପୂର୍ବତନ ଖେଳାଳି ହସନ ରାଜାଙ୍କ ଉପରେ ବର୍ଷିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ବିଶ୍ୱକପ୍‌ରେ ନିଜର ଦମ୍‌ଦାର ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ଶାମି ହସନଙ୍କ ଭାରତୀୟ ବୋଲରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ମାଧମରେ ସେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଭାରତ ଚିଟିଂ କରୁଛି? ଲାଜ ଲାଗିବା କଥା। ନିଜର ଖେଳ ଉପରେ ଫୋକସ୍‌ କର। ଫାଲତୁ କଥା ଉପରେ ନୁହେଁ। ଏଇଟା ବିଶ୍ୱକପ୍‌ ମ୍ୟାଚ୍‌ ଅଟେ ନା କି ତୁମର ଲୋକାଲ ଟୁର୍ନାମେଣ୍ଟ। ନିଜେ ଖେଳାଳି ଥିଲ ନା? ଓ୍ବାସିମ୍‌ ଭାଇ ବି ବୁଝାଇଲେ, ଲାଗୁଛି ଆପଣଙ୍କୁ ନିଜ ଖେଳାଳି ଓ୍ବାସିମ ଅକ୍ରରମଙ୍କ ଉପରେ ମଧ୍ୟ ବିଶ୍ୱାସ ନାହିଁ। ଅଜବ କଥା। ’

shami instagram post

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଘାତକ ବୋଲିଂ ଦେଖିବା ପରେ ପାକିସ୍ତାନର ପୂର୍ବତନ ଖେଳାଳି ହସନ ଆଇସିସି ଉପରେ ପ୍ରଶ୍ନ ଉଠାଇଥିଲେ। ଆଇସିସି ଦଳକୁ ଭିନ୍ନ ବଲ ଦେଉଛି, ଯେଉଁଥିପାଇଁ ତାଙ୍କ ବୋଲରମାନଙ୍କୁ ପିଚ୍‌ରୁ ଅତିରିକ୍ତ ସହାୟତା ମିଳୁଛି। ହସନଙ୍କ ଏହି ଦଲିଲ ପୂର୍ଣ୍ଣ ମାତ୍ରାରେ ନିରାଧାର ଅଟେ, କାରଣ ନିୟମାନୁଯୟୀ ଏହା ସମ୍ଭବ ନୁହେଁ। ଏହାକୁ ନେଇ ଦଳର ବରିଷ୍ଠ ବୋଲର ଓ୍ବାସିମ ମଧ୍ୟ ବିସ୍ତୃତ ଭାବେ ବୁଝାଇଥିଲେ।

କହିରଖୁଛୁ, ଶାମି ଏଯାବତ ମାତ୍ର ୪ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ ୧୬ ଉଇକେଟ ନେଇଛନ୍ତି। ଏଥିରେ ୨ ଥର ୫ ଉଇକେଟ ଏବଂ ଥରେ ୪ ଉଇକେଟ ନେବାର କାରନାମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri