ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି ହେଲେ ନିମ୍ନ ଅଦାଲତର ରାଏ ନେଇ ସ୍ଥଗିତାଦେଶ ସୁପ୍ରିମକୋର୍ଟ ଦେଇ ନାହାଁନ୍ତି। ଏନେଇ ବୁଧବାର କଂଗ୍ରେସ ସେଲଟରଛକସ୍ଥିତ କାର୍ଯ୍ୟାଳୟରେ କର୍ମୀଙ୍କୁ ନେଇ ବୈଠକ ସକାଳୁ ଜାରି ରହିଛି। ବୈଠକରେ ବରିଷ୍ଠ ଓ ସମସ୍ତ କର୍ମୀ ଉପସ୍ଥିତ ରହିଛନ୍ତି। ତେବେ ମହମ୍ମଦ ମୋକିମ ନିର୍ବାଚନ ଲଢ଼ି ପାରିବେନି ତାହା ସ୍ପଷ୍ଟ ହେବା ପରେ ଏବେ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। ଏନେଇ ମହମ୍ମଦ ମୋକିମ କହିଛନ୍ତି, ଯେ କର୍ମୀଙ୍କୁ ନେଇ ଆଲୋଚନା କରାଯାଉଛି, ଏପରିକି ସୋଫିଆଙ୍କ ନାଁ କର୍ମୀ ପ୍ରସ୍ତାବ ଦେଉଛନ୍ତି, ଆଲୋଚନା ଜାରି ରହିବ ଏବଂ ସମସ୍ତ ବିଷୟରେ ପିସିସିଙ୍କୁ ଅବଗତ କରାଯିବ ପରେ ଯାହା ନିଷ୍ପତ୍ତି ରହିବ ତାହା ସମସ୍ତେ ଜାଣିବେ। ଆଇନଗତ ଯାହାକି ସମସ୍ୟା ରହିଛି, ତାକୁ ବିରୋଧୀ ଦଳ ରାଜନୀତିରେ ସମ୍ପୃକ୍ତ କରିଛି। ହେଲେ ମୋର ନ୍ୟାୟାଳୟ ଉପରେ ଭରସା ରହିଛି ଉପଯୁକ୍ତ ନ୍ୟାୟ ମିଳିବ। ସାଧାରଣ ଲୋକ ହିଁ ଜଣାଇବେ ଯେ କଟକ ପାଇଁ କିଏ ପ୍ରକୃତ ନେତା। ଦଳ ପାଇ ଶେଷନିଃଶ୍ୱାସ ତ୍ୟାଗ କରିବା ଯାଏ କାମ କରିବି।
ସୂଚନାଯୋଗ୍ୟ, ଓଡ଼ିଶା ରୁରାଲ୍‌ ହାଉସିଂ ଡେଭଲପ୍‌ମେଣ୍ଟ କର୍ପୋରେଶନ୍‌ (ଓଆର୍‌ଏଚ୍‌ଡିସି) ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍‌ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଇଥିବା ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ରାୟ ବିରୋଧରେ ମୋକିମ୍‌ ସୁପ୍ରିମ କୋର୍ଟରେ କରିଥିବା ସ୍ପେଶିଆଲ୍‌ ଲିଭ୍‌ ପିଟିଶନ୍‌(ଏସ୍‌ଏଲ୍‌ପି) ଦାଖଲ କରିଥିଲେ। ଏହାର ଶୁଣାଣି କରି ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶେଷ ପର୍ଯ୍ୟନ୍ତ ଭିଜିଲାନ୍ସ ଅଦାଲତର ଦଣ୍ଡାଦେଶକୁ ଖାରଜ (ସସ୍‌ପେଣ୍ଡ) କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମୋକିମ୍‌ଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ୨୦୨୨ ସେପ୍ଟେମ୍ବର ୨୯ରେ ଦେଇଥିବା ଦଣ୍ଡାଦେଶକୁ ଗତ ୧୦ତାରିଖରେ ଓଡ଼ିଶା ହାଇକୋର୍ଟ କାଏମ୍‌ ରଖିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ମୋକିମ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପ୍ରକାଶ ଯେ, ମେଟ୍ରୋ ବିଲଡର୍ସ ପକ୍ଷରୁ ଭୁବନେଶ୍ୱରରେ ୫୦ଟି ଫ୍ଲାଟ୍‌ ତିଆରି କରିବା ପାଇଁ ଓଆର୍‌ଏଚ୍‌ଡିସିରୁ ୨୦୦୦ ଅଗଷ୍ଟ ୨୮ ତାରିଖରେ ୧.୫୦କୋଟି ଟଙ୍କାର ଋଣ କରାଯାଇଥିଲା। ଓଆର୍‌ଏଚ୍‌ଡିସିର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ମେଟ୍ରୋ ବିଲ୍‌ଡର୍ସର ନଥିପତ୍ର ଠିକ୍‌ ରୂପେ ଯାଞ୍ଚ ନ କରି ବେଆଇନ ଭାବେ ଋଣ ଆବେଦନକୁ ମଞ୍ଜୁର କରିଥିଲେ। ଓଆର୍‌ଏଚ୍‌ଡିସିରୁ ମେଟ୍ରୋ ବିଲ୍‌ଡର୍ସକୁ ୩ଟି କିସ୍ତିରେ ମୋଟ ଋଣ ରାଶି ପ୍ରଦାନ କରାଯାଇଥିଲା। ପ୍ରଥମ କିସ୍ତିରେ ୧କୋଟି, ୨ୟ କିସ୍ତିରେ ୩୦ ଲକ୍ଷ ଓ ୩ୟ କିସ୍ତିରେ ୨୦ ଲକ୍ଷ ଟଙ୍କା ମେଟ୍ରୋ ବିଲଡର୍ସ ଋଣ ଗ୍ରହଣ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ମେଟ୍ରୋ ବିଲ୍‌ଡର୍ସ ପକ୍ଷରୁ ଋ଼ଣ ପରିଶୋଧ କରା ନ ଯିବାରୁ ୨୦୦୭ ଅକ୍ଟୋବର ୩୦ବେଳକୁ ଋଣ ପରିମାଣ ୬କୋଟି ୨୨ଲକ୍ଷ ୨୫ ହଜାରରେ ପହଞ୍ଚତ୍ଥିଲା। ଯଦ୍ଦ୍ବାରା ଓଆର୍‌ଏଚ୍‌ଡିସିକୁ ଏକ ବିରାଟ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଓଆର୍‌ଏଚ୍‌ଡିସି ପକ୍ଷରୁ ଏହି ଘଟଣାରେ ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, କମ୍ପାନୀ ସେକ୍ରେଟାରି ସ୍ମୃତିରଞ୍ଜନ ମହାପାତ୍ର, ମେଟ୍ରୋ ବିଲ୍‌ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ୍‌ ମୋକିମ୍‌, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri