Categories: ଖେଳ

ଅନେକ ଥର ପ୍ରେମରେ ପଡ଼ିଥିଲେ ଏହି ଖେଳାଳି; ୨ ଛାଡପତ୍ର, ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଥିଲେ

ଭାରତର ମହାନ ଅଧିନାୟକ ମହମ୍ମଦ ଆଜ୍ଝାରୁଦ୍ଦିନଙ୍କ କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିବା ବେଳେ ପ୍ରେମ ଜୀବନ ବିବାଦୀୟ ଥିଲା। ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜ୍‌ଲାନୀଙ୍କ ପାଇଁ ସେ ନିଜର ୯ ବର୍ଷର ବୈବାହିକ ଜୀବନକୁ ଭାଙ୍ଗିଦେଇଥିଲେ। ମାତ୍ର ତାଙ୍କର ଦ୍ୱିତୀୟ ବିବାହ ବେଶୀ ଦିନ ତିଷ୍ଠି ନ ଥିଲା। ୨୦୧୦ରେ ସଙ୍ଗୀତା ଏବଂ ଆଜାରୁଦ୍ଦିନ ପରସ୍ପରଠାରୁ ଅଲଗା ହୋଇଥିଲେ।
ଆଜାରୁଦ୍ଦିନ ୧୯୮୭ରେ ନୌରିନ ଖାନ୍‌ଙ୍କୁ ପ୍ରଥମ ବିବାହ କରିଥିଲେ। ନୌରିନଙ୍କ ଠାରୁ ତାଙ୍କର ୨ଟି ପୁଅ ହୋଇଥିଲେ। ଏହି ବିବାହ ପ୍ରାୟ ୯ ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା। ଆଜାରୁଦ୍ଦିନ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ସହ କ୍ଷତିପୂରଣ ବାବଦ ୧ କୋଟି ଟଙ୍କା ଦେଇଥିଲେ। ପରେ ଆଜାରୁଦ୍ଦିନ ପରିବାରର ବିରୋଧ ସତ୍ତ୍ୱେ ୧୯୯୬ରେ ଅଭିନେତ୍ରୀ ସଂଗୀତାଙ୍କୁ ବିବାହ କଲେ। ସଂଗୀତାଙ୍କର ଧର୍ମ ପରିବର୍ତ୍ତନ କରାଇ ତାଙ୍କର ନାମ ଆୟଶା ବେଗମ ରଖାଗଲା। ଏହାରି ମଧ୍ୟରେ ତାଙ୍କର ପ୍ରଥମ ସ୍ତ୍ରୀ କାନାଡ଼ାର ଜଣେ ବ୍ୟବସାୟୀଙ୍କୁ ବିବାହ କଲେ। ମାତ୍ର ଆଜାରୁଦ୍ଦିନ-ସଂଗୀତାଙ୍କ ବିବାହ ୧୪ ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା। ଉଭୟ ୨୦୧୦ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଆଜାରୁଦ୍ଦିନଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ସମୟ ଥିଲା ଯେତେବେଳେ ତାଙ୍କ ସାନ ପୁଅ ଅୟାଜ ୨୦୧୧ରେ ଏକ ସଡ଼କ ଦୁର୍ଘଟଣା ମୃତ୍ୟୁବରଣ କରିଥିଲେ। ସେ ବାଇକ୍‌ ରେସିଂ କରିବାକୁ ଭଲ ପାଉଥିଲେ। ସେହିପରି ତାଙ୍କର ଦ୍ୱିତୀୟ ପୁଅ ଅସଦ ୨୦୨୦ରେ ସାନିୟା ମିର୍ଜାଙ୍କ ଭଉଣୀ ଅନମଙ୍କୁ ବିବାହ କରିଛନ୍ତି।
୨ଟି ବିବାହ ଭାଙ୍ଗିବାର ପରେ ଆଜାରୁଦ୍ଦିନ ଆମେରିକାର ନାଗରିକ ଶୋନମ ମେରୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳୁଥିଲା। ମାତ୍ର ପରେ ସେ ଏହାକୁ ଭୁଲ ବୋଲି କହିଥିଲେ। ସେ ଟୁଇଟ୍‌ କରି ଲେଖିଥିଲେ, ମୋର ତୃତୀୟ ବିବାହ ବିଷୟରେ ଯେଉଁ କଥା ଶୁଣିବାକୁ ମିଳୁଛି ତାହା ଭୁଲ ବୋଲି ସେ ଲେଖିଥିଲେ।

Share