Categories: ଜାତୀୟ

ମୋହାଲି ବିସ୍ଫୋରଣ ଘଟଣାରେ ୫ ଗିରଫ

ଚଣ୍ଡିଗଡ଼,୧୩।୫: ପଞ୍ଜାବ ପୋଲିସର ମୋହାଲି କାର୍ଯ୍ୟାଳୟରେ ହୋଇଥିବା ଆର୍‌ପିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ(ବିକେଆଇ) ଏବଂ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଷଷ୍ଠ ଅଭିଯୁକ୍ତ ଅନ୍ୟ ଏକ ମାମଲାରେ ପୋଲିସ ହାଜତରେ ରହିଥିବା ବେଳେ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିଜିପି ଭି.କେ. ଭାଓରା କହିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ଆତଙ୍କବାଦୀମାନେ ମୋହାଲି ସେକ୍ଟର ୭୭ସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଉପରକୁ ରକେଟ-ପ୍ରୋପେଲ୍ଡ ଗ୍ରେନେଟ ଆକ୍ରମଣ କରିଥିଲେ। ଆଇଏସ୍‌ଆଇ ତରଫରୁ ବିକେଆଇ-ଗ୍ୟାଙ୍ଗଷ୍ଟର ଆକ୍ରମଣ କରିଥିବା ବେଳେ ତର୍ନତରନ ଅଞ୍ଚଳର ଲଖବୀର ସିଂ ଓରଫ ଲଣ୍ଡା ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେଇଥିଲେ ବୋଲି ଡିଜିପି କହିଛନ୍ତି। ପାକିସ୍ତାନୀ ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ହୋଇଥିବା ହରବିନ୍ଦର ସିଂ ରିଣ୍ଡାଙ୍କର ସେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି।

Share