Categories: ଜାତୀୟ

ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଆକ୍ରମଣରେ ଆଇଏସ୍‌ଆଇର ସମ୍ପୃକ୍ତି

ଚଣ୍ଡିଗଡ଼,୧୪।୫: ପଞ୍ଜାବ ପୋଲିସର ମୋହାଲିସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆର୍‌ଫିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ(ବିକେଆଇ) ଏବଂ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିଜିପି ଭି.କେ. ଭାଓରା କହିଛନ୍ତି।

ସୋମବାର ଆତଙ୍କବାଦୀମାନେ ମୋହାଲି ସେକ୍ଟର ୭୭ସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଉପରକୁ ରକେଟ-ପ୍ରୋପେଲ୍ଡ ଗ୍ରେନେଟ ଆକ୍ରମଣ କରିଥିଲେ। ଆଇଏସ୍‌ଆଇ ତରଫରୁ ବିକେଆଇ-ଗ୍ୟାଙ୍ଗଷ୍ଟର ଆକ୍ରମଣ କରିଥିବା ବେଳେ ତର୍ନ ତରନ ଅଞ୍ଚଳର ଲଖବୀର ସିଂ ଓରଫ ଲଣ୍ଡା ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେଇଥିଲେ ବୋଲି ଡିଜିପି କହିଛନ୍ତି। ପାକିସ୍ତାନୀ ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ହୋଇଥିବା ହରିବନ୍ଦର ସିଂ ରିଣ୍ଡାଙ୍କର ସେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି।

Share