Categories: ଖେଳ

ଜର୍ସିରେ ମଦ ଲୋଗୋ ରଖିବାକୁ ମନା କଲେ ଏହି ଖେଳାଳି: ଫ୍ରାଞ୍ଚାଇଜ୍‌‌ ନେଲା ଏମିତି ନିଷ୍ପତ୍ତି

ଚେନ୍ନାଇ,୫।୪: ମୁସଲମାନ କ୍ରିକେଟରମାନେ ସେମାନଙ୍କର ଧାର୍ମିକ ଭାବନାକୁ ସର୍ବଦା ସମ୍ମାନ କରନ୍ତି। ଏହି ତାଲିକାରେ ମୋଇନ ଅଲିଙ୍କ ନାମ ବୋଧହୁଏ ପ୍ରଥମେ ନିଆଯିବ। ଏବେ ଆଇପିଏଲରେ ସେ ନିଜ ଜର୍ସିରୁ ମଦ୍ୟପାନ ବିଜ୍ଞାପନ ହଟାଇବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ନିଜ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଗଯୋଗ କରିଥିଲେ। ମୋଇନଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛି ସିଏସ୍‌କେ। ସିଏସ୍‌କେ ପ୍ରାୟୋଜକ ଏସ୍‌ଏନ୍‌ଜେ ୧୦୦୦ ବ୍ରାଣ୍ଡ ଲୋଗୋ ଖେଲାଳିଙ୍କ ବାହୁ ପାଖରେ ରହିବ। ଇସ୍‌ଲାମ ଧର୍ମରେ ମଦକୁ ହାରାମ ମାନ୍ୟତା ଥିବାରୁ ମୋଇନ ଅଲ୍ଲୀ ନିଜ ଜର୍ସିରେ ମଦ ଲୋଗୋ ରଖିବେ ନାହିଁି ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଫ୍ରାଞ୍ଚାଇଜ୍‌କୁ ଅନୁରୋଧ କରିଥିଲେ। ଆମେ ଦଳର ଖେଳାଳିଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ। ସେମାନଙ୍କୁ ଉପରେ ଲୋଗୋ ଥିବା ଜର୍ସି ପିନ୍ଧିବାକୁ ବାଧ୍ୟ କରୁନୁ ବୋଲି ସିଏସ୍‌କେ ପକ୍ଷରୁ କୁହାଯାଇଛି।

Share