Categories: ଖେଳ

୭ କୋଟିରେ ଇଂଲଣ୍ଡର ଏହି ଅଲ୍‌ରାଉଣ୍ଡରଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ,୧୮।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିରେ ଇଂଲଣ୍ଡର ଦିଗ୍ଗଜ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କିଣିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରିଲିଜ ହୋଇଥିବା ଏହି ଖେଳାଳିଙ୍କୁ ୭ କୋଟି ଟଙ୍କାରେ ସିଏସ୍‌କେ କିଣିଛି। ଦଳର ପ୍ରଦର୍ଶନ ଗତ ସିଜନ୍‌ରେ ଖରାପ ଥିବାରୁ ଏକ ଭଲ ଅଲରାଉଣ୍ଡରର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ମୋଇନ୍‌ଙ୍କୁ ଚେନ୍ନାଇ ଦଳ କିଣିବାକୁ ନିଷ୍ପତ୍ତି ନେଇଛି।

Share