Categories: ଖେଳ

ଭାରତଠାରୁ ପରାଜୟ ଇଂଲଣ୍ଡର ଭବିଷ୍ୟତ ପାଇଁ ଭଲ: ମୋଇନ ଅଲି

ଲଣ୍ଡନ,୧୪।୭: ଭାରତଠାରୁ ଟି୨୦ ଏବଂ ଦିନିକିଆ ମ୍ୟାଚ୍‌ରେ ପରାଜିତ ହେବା ଭବିଷ୍ୟତ ଲାଗି ଭଲ। କାହିଁକି ନା ପରାଜୟରୁ ହିଁ ବହୁତ କିଛି ଶିଖିବାକୁ ମିଳିଥାଏ ବୋଲି କହିଛନ୍ତି ଅଲରାଉଣ୍ଡର ମୋଇନ ଅଲି।

ପ୍ରଥମ ଦିନିକିଆରେ ପରାଜୟକୁ ନେଇ ଖବରଦାତାଙ୍କୁ ପ୍ରତିକ୍ରିୟା ଦେଇ ମୋଇନ କହିଛନ୍ତି, ଆମେ କିଛି ମ୍ୟାଚ୍‌ ହାରିଗଲୁ, ଯାହା ଆମ ପାଇଁ ଭଲ। ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପୂର୍ବରୁ ଆମେ ପୁଣି ଲୟରେ ଫେରିବୁ। ତା ଅର୍ଥ ନୁହେଁ ଯେ ଏବେ ଜିତିବାକୁ ଚାହୁଁନାହୁଁ। ଅନେକ ସମୟରେ ହାରିଯିବା ଭଲ। କାରଣ ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ। ଏଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Share