Posted inଜାତୀୟ

ବଢୁଛି ମୋଦିଙ୍କ ସମ୍ପତ୍ତି,ଏବେ ଏତେ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ ସାର୍ବଜନୀନ କରିଛନ୍ତି। ସତ୍ୟପାଠ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୩.୦୨ କୋଟି ଟଙ୍କାର ମାଲିକ। ୨୦୧୪ ଓ ୨୦୧୯ ଅପେକ୍ଷା ମୋଦିଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ୨୦୧୯ରେ ମୋଦିଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି ରହିଥିଲା। ସେହିପରି ୨୦୧୪ ସତ୍ୟପାଠରେ ମୋଦି ୧.୬୬ କୋଟି ଟଙ୍କାର ମାଲିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ୨୦୨୪ରେ ମୋଦିଙ୍କ ସମ୍ପତ୍ତି ୩.୦୨ କୋଟି ଟଙ୍କାରେ ପହଞ୍ଚିଛି।

ମୋଦିଙ୍କ ପାଖରେ ୪ଟି ସୁନା ମୁଦି ରହିଛି। ଏହାର ମୂଲ୍ୟ ୨.୬୭ ଲକ୍ଷ ଟଙ୍କା। ସେହିପରି ସେ ନ୍ୟାଶନାଲ ସେଭିଙ୍ଗ୍ସ ସାର୍ଟିଫିକେଟରେ ୯.୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ୨୦୧୯ରେ ଏନଏସସିରେ ମୋଦିଙ୍କୁ ନିବେଶ ପରିମାଣ ୭.୬୧ ଲକ୍ଷ ଟଙ୍କା ଥିଲା। ୫ ବର୍ଷ ଭିତରେ ଏଥିରେ ୨ ଲକ୍ଷ ଟଙ୍କାର ଅଭିବୃଦ୍ଧି ହୋଇଛି। ସତ୍ୟପାଠରେ କୁହାଯାଇଛି ଯେ, ମୋଦିଙ୍କ ପାଖରେ ଏବେ ନଗଦ ୫୨,୯୨୦ ଟଙ୍କା ରହିଛି। ତେବେ ତାଙ୍କ ମାଲିକାନାରେ କୌଣସି କାର, ଜମି କିମ୍ବା ଘର ନାହିଁ।

ମୋଦି ତାଙ୍କ ସ୍ତ୍ରୀଙ୍କ ନାଁ ଯଶୋଦାବେନ ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ସ୍ତ୍ରୀଙ୍କ ଆୟ ସମ୍ପର୍କରେ କିଛି ଜାଣି ନ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ସ୍ତ୍ରୀଙ୍କ ପ୍ରଫେସନ ସମ୍ପର୍କରେ ମୋଦି ଜାଣି ନାହାନ୍ତି।

ମୋଦି ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଥିବାବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଆର୍ଟସ ଡିଗ୍ରୀ ଓ ଗୁଜୁରାଟ ବୋର୍ଡରୁ ଏସଏସସି ପରୀକ୍ଷା ପାସ କରିଛନ୍ତି।

ବ୍ୟାଙ୍କରେ ରଖିଥିବା ଜମାରୁ ମିଳୁଥିବା ସୁଧ ଓ ସରକାରଙ୍କ ତରଫରୁ ମୁଳିଥିବା ଦରମା ହିଁ ମୋଦି ତାଙ୍କର ଆୟ ଭାବେ ଦର୍ଶାଇଛନ୍ତି। ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ କିମ୍ବା କୌଣସି ଋଣ ତାଙ୍କୁ ମୁଣ୍ଡରେ ନାହିଁ। ପ୍ରଧାନମନ୍ତ୍ରୀ ସତ୍ୟପାଠରେ ଆହୁରି କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ରେ ତାଙ୍କ ଟିକସ ଯୁକ୍ତ ଆୟର ପରିମାଣ ଦୁଇ ଗୁଣ ହୋଇଛି। ୨୦୧୮-୧୯ରେ ଏହା ୧୧ ଲକ୍ଷ ଟଙ୍କା ଥିବା ବେଳେ ୨୦୨୨-୨୩ରେ ୨୩.୦୫ ଲକ୍ଷ ଟଙ୍କା ହୋଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ମୋଦିଙ୍କ ଦୁଇଟି ଆକାଉଣ୍ଟ ରହିଛି। ଗାନ୍ଧିନଗର ବ୍ରାଞ୍ଚରେ ମୋଦିଙ୍କ ନାଁରେ ୭୩,୩୦୪ ଟଙ୍କା ଓ ବାରାଣସୀ ଆକାଉଣ୍ଟରେ ତାଙ୍କ ଜମା ପରିମାଣ ୭,୦୦୦ ଟଙ୍କା ରହିଛି। ଏସବିଆଇରେ ସେ ୨,୮୫,୬୦,୩୩୮ ଟଙ୍କା ସ୍ଥାୟୀ ଜମା ଆକାରରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri