Posted inଜାତୀୟ

ବଢୁଛି ମୋଦିଙ୍କ ସମ୍ପତ୍ତି,ଏବେ ଏତେ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ ସାର୍ବଜନୀନ କରିଛନ୍ତି। ସତ୍ୟପାଠ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୩.୦୨ କୋଟି ଟଙ୍କାର ମାଲିକ। ୨୦୧୪ ଓ ୨୦୧୯ ଅପେକ୍ଷା ମୋଦିଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ୨୦୧୯ରେ ମୋଦିଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି ରହିଥିଲା। ସେହିପରି ୨୦୧୪ ସତ୍ୟପାଠରେ ମୋଦି ୧.୬୬ କୋଟି ଟଙ୍କାର ମାଲିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ୨୦୨୪ରେ ମୋଦିଙ୍କ ସମ୍ପତ୍ତି ୩.୦୨ କୋଟି ଟଙ୍କାରେ ପହଞ୍ଚିଛି।

ମୋଦିଙ୍କ ପାଖରେ ୪ଟି ସୁନା ମୁଦି ରହିଛି। ଏହାର ମୂଲ୍ୟ ୨.୬୭ ଲକ୍ଷ ଟଙ୍କା। ସେହିପରି ସେ ନ୍ୟାଶନାଲ ସେଭିଙ୍ଗ୍ସ ସାର୍ଟିଫିକେଟରେ ୯.୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ୨୦୧୯ରେ ଏନଏସସିରେ ମୋଦିଙ୍କୁ ନିବେଶ ପରିମାଣ ୭.୬୧ ଲକ୍ଷ ଟଙ୍କା ଥିଲା। ୫ ବର୍ଷ ଭିତରେ ଏଥିରେ ୨ ଲକ୍ଷ ଟଙ୍କାର ଅଭିବୃଦ୍ଧି ହୋଇଛି। ସତ୍ୟପାଠରେ କୁହାଯାଇଛି ଯେ, ମୋଦିଙ୍କ ପାଖରେ ଏବେ ନଗଦ ୫୨,୯୨୦ ଟଙ୍କା ରହିଛି। ତେବେ ତାଙ୍କ ମାଲିକାନାରେ କୌଣସି କାର, ଜମି କିମ୍ବା ଘର ନାହିଁ।

ମୋଦି ତାଙ୍କ ସ୍ତ୍ରୀଙ୍କ ନାଁ ଯଶୋଦାବେନ ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ସ୍ତ୍ରୀଙ୍କ ଆୟ ସମ୍ପର୍କରେ କିଛି ଜାଣି ନ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ସ୍ତ୍ରୀଙ୍କ ପ୍ରଫେସନ ସମ୍ପର୍କରେ ମୋଦି ଜାଣି ନାହାନ୍ତି।

ମୋଦି ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଥିବାବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଆର୍ଟସ ଡିଗ୍ରୀ ଓ ଗୁଜୁରାଟ ବୋର୍ଡରୁ ଏସଏସସି ପରୀକ୍ଷା ପାସ କରିଛନ୍ତି।

ବ୍ୟାଙ୍କରେ ରଖିଥିବା ଜମାରୁ ମିଳୁଥିବା ସୁଧ ଓ ସରକାରଙ୍କ ତରଫରୁ ମୁଳିଥିବା ଦରମା ହିଁ ମୋଦି ତାଙ୍କର ଆୟ ଭାବେ ଦର୍ଶାଇଛନ୍ତି। ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ କିମ୍ବା କୌଣସି ଋଣ ତାଙ୍କୁ ମୁଣ୍ଡରେ ନାହିଁ। ପ୍ରଧାନମନ୍ତ୍ରୀ ସତ୍ୟପାଠରେ ଆହୁରି କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ରେ ତାଙ୍କ ଟିକସ ଯୁକ୍ତ ଆୟର ପରିମାଣ ଦୁଇ ଗୁଣ ହୋଇଛି। ୨୦୧୮-୧୯ରେ ଏହା ୧୧ ଲକ୍ଷ ଟଙ୍କା ଥିବା ବେଳେ ୨୦୨୨-୨୩ରେ ୨୩.୦୫ ଲକ୍ଷ ଟଙ୍କା ହୋଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ମୋଦିଙ୍କ ଦୁଇଟି ଆକାଉଣ୍ଟ ରହିଛି। ଗାନ୍ଧିନଗର ବ୍ରାଞ୍ଚରେ ମୋଦିଙ୍କ ନାଁରେ ୭୩,୩୦୪ ଟଙ୍କା ଓ ବାରାଣସୀ ଆକାଉଣ୍ଟରେ ତାଙ୍କ ଜମା ପରିମାଣ ୭,୦୦୦ ଟଙ୍କା ରହିଛି। ଏସବିଆଇରେ ସେ ୨,୮୫,୬୦,୩୩୮ ଟଙ୍କା ସ୍ଥାୟୀ ଜମା ଆକାରରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri