Categories: ଜାତୀୟ

ବର୍ଷକରେ ୨୬ ଲକ୍ଷ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜସ୍ବ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇ ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କାରେ ପହଞ୍ଚତ୍ଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ନଗଦ ୩୫,୨୫୦ ଟଙ୍କା ରହିଥିବାବେଳେ ପୋଷ୍ଟ ଅଫିସରେ ନ୍ୟାଶନାଲ ସେଭିଙ୍ଗ୍‌ସ ସାର୍ଟିଫିକେଟରେ ସେ ୯,୦୫,୧୦୫ ଟଙ୍କା ଜମା ରଖିଛନ୍ତି। ତାଙ୍କର ୧,୮୯,୩୦୫ ଟଙ୍କାର ଏକ ଜୀବନ ବୀମା ପଲିସି ଏବଂ ୧.୭୩ ଲକ୍ଷ ଟଙ୍କାର ୪ଟି ସୁନା ମୁଦି ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଓ୍ବେବ୍‌ସାଇଟରେ ଦିଆଯାଇଥିବା ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମ୍ପତ୍ତି ଘୋଷଣାନାମା ଅନୁଯାୟୀ ଗାନ୍ଧୀନଗରରେ ଥିବା ଏକ ଜମିରେ ମୋଦିଙ୍କ ଶେୟାରକୁ ସେ ଦାନ କରିଦେଇଥିବାରୁ ଏବେ ତାଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ। ୨୦୦୪ରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟ ୩ ଜଣଙ୍କ ସହ ମିଶି ଗାନ୍ଧୀନଗରରେ ଉକ୍ତ ଜମି କିଣିଥିଲେ। ଏହା ବ୍ୟତୀତ କୌଣସି ବଣ୍ଡ୍‌, ଶେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ରେ ସେ ନିବେଶ କରିନାହାନ୍ତି। ତାଙ୍କର କୌଣସି ଗାଡ଼ି ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥମ ସିଂଙ୍କ ଅସ୍ଥାବର ସମ୍ପତ୍ତି ୨.୫୪ କୋଟି ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ପରିମାଣ ୨.୯୭ କୋଟି ଟଙ୍କା ବୋଲି ଦର୍ଶାଯାଇଛି।

Share