Categories: ଜାତୀୟ

୨୯ରେ ମୋଦିଙ୍କ ଇଟାଲୀ, ବ୍ରିଟେନ ଗସ୍ତ

ନୂଆଦିଲ୍ଲୀ, ୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୫ ଦିନିଆ ଗସ୍ତରେ ଇଟାଲୀ ଓ ବ୍ରିଟେନ ଯିବେ। ଏହି ଅବସରରେ ସେ ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦୁଇଦିନିଆ ୧୬ତମ ଜି-୨୦ ସମିଟ୍‌ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମ୍ମିଳନୀରେ ଯୋଗଦେବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୩୦-୩୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ କରୋନାର ସ୍ଥିତି, ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ମୁକ୍ତି ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହିଥିବା ଅସମାନତା ଦୂର ଲାଗି ଆଲୋଚନା କରାଯିବ। ଏହା ବ୍ୟତୀତ ଆଫଗାନିସ୍ତାନ ସ୍ଥିତି ମଧ୍ୟ ଆଲୋଚନାରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି। ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ। ଏହା ବ୍ୟତୀତ ମୋଦି ଇଟାଲୀ ସମେତ ବିଭିନ୍ନ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Share