Categories: ଫୁରସତ

ମୋଦିଙ୍କ ମିମିକ୍ରି ଭିଡିଓ ଭାଇରାଲ, ଶୁଣିଲେ ହସିହସି ଗଡ଼ିଯିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିମିକ୍ରି କରିବାରେ ଶ୍ୟାମ୍‌ ରଙ୍ଗିଲାଙ୍କ ଭିଡିଓ ବେଶ୍‌ ଚର୍ଚ୍ଚା ପାଲଟିଛି। ଶ୍ୟାମ୍‌ ଏବେ ଆଉ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
ଏହି ଭିଡିଓରେ ଶ୍ୟାମ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିମିକ୍ରି କରୁଥିବା ନଜର ଆସିଛନ୍ତି। ଏଥିରେ ସେ କହୁଛନ୍ତି, ପ୍ରିୟ ଭାଇ ଭଉଣୀ ଏବେ ମଁୁ ଆଉ ଏକ ଭିଡିଓ ପ୍ରସ୍ତୁତ କରିଛି। ହଠାତ୍‌ ମୋ’ ନିକଟକୁ କୋକିଳାବେନ୍‌ଙ୍କ ଫୋନ୍‌ ଆସିଲା। ସେ କହିଲେ ମୋଦି ଖାଲି ପାତ୍ରକୁ ବେଳେବେଳେ ଗ୍ୟାସ୍‌ ଉପରେ ବସାଇଦିଅନ୍ତି। ଏହି ଭିଡିଓରେ ଶ୍ୟାମ୍‌ ମୋଦିଙ୍କ କଣ୍ଠରେ କହିଛନ୍ତି, ଭାଇ ଏବଂ ଭଉଣୀ ଏହା ହୃଦୟ ବିଦାରକ ଦୃଶ୍ୟ। ଭୁଲ ସମସ୍ତଙ୍କର ହୋଇଥାଏ। ଯେତେବେଳେ ଟ୍ରେନ୍‌ରେ ଚା’ ବିକୁଥିଲି ମୁଁ ବେଳେବେଳେ ଖାଲି ପାତ୍ରକୁ ଗ୍ୟାସ୍‌ ଉପରେ ବସାଇ ଦେଉଥିଲି। ଏପରିକି ଗ୍ୟାସ୍‌ ଲଗାଇବା ପାଇଁ ମଧ୍ୟ ଭୁଲି ଯାଉଥିଲି।

ନରେନ୍ଦ୍ର ମୋଦିଙ୍କ ଏହି ମିମିକ୍ରି ସମଗ୍ର ଦେଶରେ ବେଶ୍‌ ହସର ଖୋରାକ୍‌ ଯୋଗାଉଛି। ୟୁଜର୍ସମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଭାଇ ନିଟ୍‌ ଏବଂ ଜେଇଇ ବିଷୟରେ କିଛି କୁହନ୍ତୁ। କାରଣ ମୋଦି ତ ଏ ସମ୍ପର୍କରେ କିଛି କହୁନାହାନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହି ଆଲୋଚନା ଖୁବ୍‌ ଭଲ। ଆଉ ଜଣେ ୟୁଜର ଲେଖିଛନ୍ତି, ଭାଇ ଆପଣଙ୍କ ମିମିକ୍ରି ବେଶ୍‌ ହୃଦୟସ୍ପର୍ଶୀ।

Share