Categories: ଜାତୀୟ

ଭୂମିପୂଜାରେ ମୋଦିଙ୍କ ସଂପୃକ୍ତି ସାମ୍ବିଧାନିକ ଶପଥକୁ ଉଲ୍ଲଂଘନ କରୁଛି: ଓଓ୍ବାଇସି

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଆୟୋଜିତ ହୋଇଥିବା ଭୂମିପୂଜାରେ ସାମିଲ ହେବେ। କରୋନା ଯୋଗୁ ଏହି ଉତ୍ସବରେ ମାତ୍ର ୨୦୦ଜଣ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ। ତେବେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଓସଦୁଦ୍ଦିନ ଓଓ୍ବାଇସି ମୋଦିଙ୍କ ପ୍ରସାବିତ ଅଯୋଧ୍ୟା ଯାତ୍ରାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ଆଯୋଧ୍ୟା କାର୍ଯ୍ୟକ୍ରମରେ ମୋଦିଙ୍କ ଅଂଶଗ୍ରହଣ ପ୍ରଧାନମନ୍ତ୍ରୀଙ୍କ ସାମ୍ବିଧାନିକ ଶପଥର ଉଲ୍ଲଂଘନ ହେବ। ଧର୍ମନିରପେକ୍ଷତା ଭାରତ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଉ ଏଭଳି କରିବା ଏହାର ଅସମ୍ମାନ ହେବ ବୋଲି ସେ କହିଛନ୍ତି। ଏହି କଥାକୁ ଭୁଲିହେବ ନାହିଁ ଯେ, ବାବ୍ରି ମସ୍‌ଜିଦ୍‌ ୪୦୦ବର୍ଷରୁ ଊର୍ଦ୍ଧ୍ୱ ହେବ ଅଯୋଧ୍ୟାରେ ରହିଥିଲା। ୧୯୯୨ରେ ଏହାକୁ କିଛି ଅପରାଧୀ ବିଧ୍ୱଂସ୍ତ କରିଦେଇଥିଲେ ବୋଲି ଓଓ୍ବାଇସି କହିଛନ୍ତି।

Share