Posted inଜାତୀୟ

ମୋଦିଙ୍କ ବ୍ୟୟବହୁଳ ବିଦେଶ ଗସ୍ତ

ନୂଆଦିଲ୍ଲୀ,୧୬ା୬(ଦୁର୍ଯ୍ୟୋଧନ ମିଶ୍ର): ୨୦୧୪ ମେ’ ୨୬ରେ ଭାଜପା ନେତା ନରେନ୍ଦ୍ର ମୋଦି ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେବେଠୁ ଅଦ୍ୟାବଧି ସେ ୧୦୦ରୁ ଅଧିକ ଥର ବିଦେଶ ଗସ୍ତ କରିସାରିଲେଣି। ତାଙ୍କ ବିଦେଶ ଯାତ୍ରା ବେଳେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼, ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହନ, ପୁଞ୍ଜିନିବେଶ ଆକର୍ଷଣ ଓ ବୈଶ୍ୱିକ ସ୍ତରରେ ଭାରତର ସ୍ଥିତି ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା କୁହାଯାଏ। ମୋଦି ଜୁନ୍‌ ୨୧ରୁ ୨୪ ଆମେରିକା ଗସ୍ତ କରି ନ୍ୟୁୟର୍କରେ ଜାତିସଂଘ ସେକ୍ରେଟାରିଏଟ୍‌ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ପରେ ସେ ଓ୍ବାଶିଂଟନ୍‌ ଯାଇ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ମୋଦି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ସହ ଭାବ ବିନିମୟ କରିବେ। ମୋଦିଙ୍କ ଗସ୍ତବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବା କାର୍ଯ୍ୟକ୍ରମ ଥିବାରୁ ଏହାକୁ ନେଇ ଜୋର୍‌ଦାର ପ୍ରଚାର ଚାଲିଛି। ଏହି ପରିପ୍ରେକ୍ଷୀରେ ୯ ବର୍ଷ ମଧ୍ୟରେ ମୋଦିଙ୍କ ଆମେରିକା ସମେତ ବିଦେଶ ଗସ୍ତ ଉପରେ ଏକ ନଜର…।
ପିଏମ୍‌ ଇଣ୍ଡିଆ ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁସାରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ଭୁଟାନ ଗସ୍ତ କରିଥିଲେ। ଏହାକୁ ମିଶାଇ ମୋଟ ୭୦ ଥର ବିଦେଶ ଗସ୍ତ କରିଛନ୍ତି, ଯହିଁରେ ୧୨୪ ବ୍ୟକ୍ତିଗତ ଗସ୍ତ ଅନ୍ତର୍ଭୁକ୍ତ। ମୋଦି ବିଦେଶ ଗସ୍ତବେଳେ ୬୪ ରାଷ୍ଟ୍ରକୁ ଯାଇଛନ୍ତି। ଏଥିରେ ଦ୍ୱିପାକ୍ଷିକ ଗସ୍ତ, ବହୁପାକ୍ଷିକ ଗସ୍ତ ଓ ଅନ୍ତର୍ଜାତୀୟ ସମ୍ମିଳନୀ ତଥା ବୈଠକ ରହିଛି।

୭ମ ଥର ଆମେରିକା ଯିବେ

ପ୍ରଧାନମନ୍ତ୍ରୀ ଭାବେ ମୋଦି ଅଦ୍ୟାବଧି ୬ ଥର ଆମେରିକା ଗସ୍ତ କରିସାରିଲେଣି। ଜୁନ୍‌ ୨୧ରେ ସେ ଆମେରିକାକୁ ସପ୍ତମ ଥର ପାଇଁ ଗସ୍ତ କରିବେ। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକାକୁ ପ୍ରଥମ ଥର ଗସ୍ତ କରିଥିଲେ। ୨୦୧୬ରେ ସେ ଏକ ଓ୍ବାର୍କିଂ ଲଞ୍ଚ ଭିଜିଟ୍‌ କରିଥିଲେ। ୨୦୧୭ରେ ମୋଦିଙ୍କ ଆମେରିକା ଗସ୍ତକୁ ଅଫିସିଆଲ ଓ୍ବାର୍କିଂ ଭିଜିଟ୍‌ ଦର୍ଶାଯାଇଥିଲା। ୨୦୧୯ରେ ତାଙ୍କ ଆମେରିକା ଗସ୍ତକୁ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ହ୍ୟୁଷ୍ଟନ୍‌ ଗସ୍ତବେଳେ ଟେକ୍ସାସ୍‌ ଇଣ୍ଡିଆ ଫୋରମ୍‌ ପକ୍ଷରୁ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ‘ଅବ୍‌ କୀ ବାର୍‌ ଟ୍ରମ୍ପ୍‌ ସରକାର’ ସ୍ଲୋଗାନ ଦେଇଥିଲେ। ୨୦୨୦ରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ମୋଦିଙ୍କ ବିଦେଶ ଗସ୍ତ ବନ୍ଦ ହୋଇଯାଇଥିଲା। ୨୦୨୧ ସେପ୍ଟେମ୍ବର ୨୩ରେ ସେ ୩ ଦିନିଆ ଆମେରିକା ଗସ୍ତ କରିଥିଲେ। ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଆମେରିକାକୁ ଏହା ଥିଲା ମୋଦିଙ୍କ ପ୍ରଥମ ଗସ୍ତ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁ ୟୁରୋପ ତଥ୍ୟାନୁସାରେ ମୋଦି ୧୦୯ ଥରରେ ୬୦ ଦେଶ ଗସ୍ତ କରିଛନ୍ତି।

ଆମେରିକାରୁ ସଶସ୍ତ୍ର ଡ୍ରୋନ୍‌ କିଣିବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ସେଠାରୁ ଭାରତ ୩୧ଟି ସଶସ୍ତ୍ର ଏମ୍‌କ୍ୟୁ-୯ବି ସିଗାର୍ଡିଆନ୍‌ ଡ୍ରୋନ୍‌ କିଣା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଜେନେରାଲ ଆଟମିକ୍ସଠାରୁ ୩ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ବ୍ୟୟରେ ଏହି ଡ୍ରୋନ୍‌ କିଣାଯିବ ବୋଲି ଏକ ସୂତ୍ରରୁ କୁହାଯାଇଛି। ଏହି ଡିଲ୍‌କୁ ଅନୁମୋଦନ କରିବା ପାଇଁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟର ଶୀର୍ଷ ସଂଗଠନ ବୈଠକ ବସିଥିଲା। ଆସନ୍ତା ସପ୍ତାହରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଲୋଚନା ଅବସରରେ ଉକ୍ତ ଡିଲ୍‌ ସମ୍ପର୍କରେ ଘୋଷଣା ହେବା ଆଶା କରାଯାଉଛି।

୫ ଗସ୍ତରେ ୩୫୯ କୋଟି ଖର୍ଚ୍ଚ

୧. ଆମେରିକା (୨୦୧୯ ସେପ୍ଟେମ୍ବର ୨୧ରୁ ୨୮): ୨୩,୨୭,୦୯,୦୦୦ ଟଙ୍କା
୨. ବ୍ରାଜିଲ (୨୦୧୪ ଜୁଲାଇ ୧୩ରୁ ୧୭): ୨୦,୩୫,୪୮,୦୦୦ ଟଙ୍କା
୩. ଫ୍ରାନ୍ସ, ଜର୍ମାନୀ ଓ କାନାଡା (୨୦୧୫ ଏପ୍ରିଲ ୯ରୁ ୧୭): ୩୧,୨୫,୭୮,୦୦୦ ଟଙ୍କା
୪. ମ୍ୟାନ୍‌ମାର, ଅଷ୍ଟ୍ରେଲିଆ ଓ ଫିଜି (୨୦୧୪ ନଭେମ୍ବର ୧୧ରୁ ୨୦): ୨୨,୫୮,୬୫,୦୦୦ ଟଙ୍କା
୫. ଆୟର୍ଲାଣ୍ଡ ଓ ଆମେରିକା (୨୦୧୫ ସେପ୍ଟେମ୍ବର ୨୩ରୁ ୨୯): ୧୮,୪୬,୯୫,୦୦୦ ଟଙ୍କା

୨୦୧୪ ମେ’ରୁ ୨୦୧୯ ନଭେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ବାବଦକୁ ମୋଟ ୩୫୯ କୋଟି ୪ ଲକ୍ଷ ୫୨ ହଜାର ୭୬୩ ଟଙ୍କା (ପ୍ରାୟ ୪୩,୬୯୬,୨୧୫ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri