Posted inଜାତୀୟ

ମୋଦିଙ୍କ ବ୍ୟୟବହୁଳ ବିଦେଶ ଗସ୍ତ

ନୂଆଦିଲ୍ଲୀ,୧୬ା୬(ଦୁର୍ଯ୍ୟୋଧନ ମିଶ୍ର): ୨୦୧୪ ମେ’ ୨୬ରେ ଭାଜପା ନେତା ନରେନ୍ଦ୍ର ମୋଦି ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେବେଠୁ ଅଦ୍ୟାବଧି ସେ ୧୦୦ରୁ ଅଧିକ ଥର ବିଦେଶ ଗସ୍ତ କରିସାରିଲେଣି। ତାଙ୍କ ବିଦେଶ ଯାତ୍ରା ବେଳେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼, ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହନ, ପୁଞ୍ଜିନିବେଶ ଆକର୍ଷଣ ଓ ବୈଶ୍ୱିକ ସ୍ତରରେ ଭାରତର ସ୍ଥିତି ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା କୁହାଯାଏ। ମୋଦି ଜୁନ୍‌ ୨୧ରୁ ୨୪ ଆମେରିକା ଗସ୍ତ କରି ନ୍ୟୁୟର୍କରେ ଜାତିସଂଘ ସେକ୍ରେଟାରିଏଟ୍‌ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ପରେ ସେ ଓ୍ବାଶିଂଟନ୍‌ ଯାଇ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ମୋଦି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ସହ ଭାବ ବିନିମୟ କରିବେ। ମୋଦିଙ୍କ ଗସ୍ତବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବା କାର୍ଯ୍ୟକ୍ରମ ଥିବାରୁ ଏହାକୁ ନେଇ ଜୋର୍‌ଦାର ପ୍ରଚାର ଚାଲିଛି। ଏହି ପରିପ୍ରେକ୍ଷୀରେ ୯ ବର୍ଷ ମଧ୍ୟରେ ମୋଦିଙ୍କ ଆମେରିକା ସମେତ ବିଦେଶ ଗସ୍ତ ଉପରେ ଏକ ନଜର…।
ପିଏମ୍‌ ଇଣ୍ଡିଆ ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁସାରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ଭୁଟାନ ଗସ୍ତ କରିଥିଲେ। ଏହାକୁ ମିଶାଇ ମୋଟ ୭୦ ଥର ବିଦେଶ ଗସ୍ତ କରିଛନ୍ତି, ଯହିଁରେ ୧୨୪ ବ୍ୟକ୍ତିଗତ ଗସ୍ତ ଅନ୍ତର୍ଭୁକ୍ତ। ମୋଦି ବିଦେଶ ଗସ୍ତବେଳେ ୬୪ ରାଷ୍ଟ୍ରକୁ ଯାଇଛନ୍ତି। ଏଥିରେ ଦ୍ୱିପାକ୍ଷିକ ଗସ୍ତ, ବହୁପାକ୍ଷିକ ଗସ୍ତ ଓ ଅନ୍ତର୍ଜାତୀୟ ସମ୍ମିଳନୀ ତଥା ବୈଠକ ରହିଛି।

୭ମ ଥର ଆମେରିକା ଯିବେ

ପ୍ରଧାନମନ୍ତ୍ରୀ ଭାବେ ମୋଦି ଅଦ୍ୟାବଧି ୬ ଥର ଆମେରିକା ଗସ୍ତ କରିସାରିଲେଣି। ଜୁନ୍‌ ୨୧ରେ ସେ ଆମେରିକାକୁ ସପ୍ତମ ଥର ପାଇଁ ଗସ୍ତ କରିବେ। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକାକୁ ପ୍ରଥମ ଥର ଗସ୍ତ କରିଥିଲେ। ୨୦୧୬ରେ ସେ ଏକ ଓ୍ବାର୍କିଂ ଲଞ୍ଚ ଭିଜିଟ୍‌ କରିଥିଲେ। ୨୦୧୭ରେ ମୋଦିଙ୍କ ଆମେରିକା ଗସ୍ତକୁ ଅଫିସିଆଲ ଓ୍ବାର୍କିଂ ଭିଜିଟ୍‌ ଦର୍ଶାଯାଇଥିଲା। ୨୦୧୯ରେ ତାଙ୍କ ଆମେରିକା ଗସ୍ତକୁ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ହ୍ୟୁଷ୍ଟନ୍‌ ଗସ୍ତବେଳେ ଟେକ୍ସାସ୍‌ ଇଣ୍ଡିଆ ଫୋରମ୍‌ ପକ୍ଷରୁ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ‘ଅବ୍‌ କୀ ବାର୍‌ ଟ୍ରମ୍ପ୍‌ ସରକାର’ ସ୍ଲୋଗାନ ଦେଇଥିଲେ। ୨୦୨୦ରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ମୋଦିଙ୍କ ବିଦେଶ ଗସ୍ତ ବନ୍ଦ ହୋଇଯାଇଥିଲା। ୨୦୨୧ ସେପ୍ଟେମ୍ବର ୨୩ରେ ସେ ୩ ଦିନିଆ ଆମେରିକା ଗସ୍ତ କରିଥିଲେ। ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଆମେରିକାକୁ ଏହା ଥିଲା ମୋଦିଙ୍କ ପ୍ରଥମ ଗସ୍ତ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁ ୟୁରୋପ ତଥ୍ୟାନୁସାରେ ମୋଦି ୧୦୯ ଥରରେ ୬୦ ଦେଶ ଗସ୍ତ କରିଛନ୍ତି।

ଆମେରିକାରୁ ସଶସ୍ତ୍ର ଡ୍ରୋନ୍‌ କିଣିବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ସେଠାରୁ ଭାରତ ୩୧ଟି ସଶସ୍ତ୍ର ଏମ୍‌କ୍ୟୁ-୯ବି ସିଗାର୍ଡିଆନ୍‌ ଡ୍ରୋନ୍‌ କିଣା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଜେନେରାଲ ଆଟମିକ୍ସଠାରୁ ୩ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ବ୍ୟୟରେ ଏହି ଡ୍ରୋନ୍‌ କିଣାଯିବ ବୋଲି ଏକ ସୂତ୍ରରୁ କୁହାଯାଇଛି। ଏହି ଡିଲ୍‌କୁ ଅନୁମୋଦନ କରିବା ପାଇଁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟର ଶୀର୍ଷ ସଂଗଠନ ବୈଠକ ବସିଥିଲା। ଆସନ୍ତା ସପ୍ତାହରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଲୋଚନା ଅବସରରେ ଉକ୍ତ ଡିଲ୍‌ ସମ୍ପର୍କରେ ଘୋଷଣା ହେବା ଆଶା କରାଯାଉଛି।

୫ ଗସ୍ତରେ ୩୫୯ କୋଟି ଖର୍ଚ୍ଚ

୧. ଆମେରିକା (୨୦୧୯ ସେପ୍ଟେମ୍ବର ୨୧ରୁ ୨୮): ୨୩,୨୭,୦୯,୦୦୦ ଟଙ୍କା
୨. ବ୍ରାଜିଲ (୨୦୧୪ ଜୁଲାଇ ୧୩ରୁ ୧୭): ୨୦,୩୫,୪୮,୦୦୦ ଟଙ୍କା
୩. ଫ୍ରାନ୍ସ, ଜର୍ମାନୀ ଓ କାନାଡା (୨୦୧୫ ଏପ୍ରିଲ ୯ରୁ ୧୭): ୩୧,୨୫,୭୮,୦୦୦ ଟଙ୍କା
୪. ମ୍ୟାନ୍‌ମାର, ଅଷ୍ଟ୍ରେଲିଆ ଓ ଫିଜି (୨୦୧୪ ନଭେମ୍ବର ୧୧ରୁ ୨୦): ୨୨,୫୮,୬୫,୦୦୦ ଟଙ୍କା
୫. ଆୟର୍ଲାଣ୍ଡ ଓ ଆମେରିକା (୨୦୧୫ ସେପ୍ଟେମ୍ବର ୨୩ରୁ ୨୯): ୧୮,୪୬,୯୫,୦୦୦ ଟଙ୍କା

୨୦୧୪ ମେ’ରୁ ୨୦୧୯ ନଭେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ବାବଦକୁ ମୋଟ ୩୫୯ କୋଟି ୪ ଲକ୍ଷ ୫୨ ହଜାର ୭୬୩ ଟଙ୍କା (ପ୍ରାୟ ୪୩,୬୯୬,୨୧୫ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri