Posted inଜାତୀୟ

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ‘ସ୍ବଚ୍ଛ ଭାରତ ମିଶନ’ ବଞ୍ଚାଇଛି ୭୦ ହଜାର ନବଜାତକଙ୍କ ଜୀବନ, ଷ୍ଟଡିରେ ଦାବି

ନୂଆଦିଲ୍ଲୀ,୬।୯: ଏକ ଅଧ୍ୟୟନରେ କୁହାଯାଇଛି ଯେ ନରେନ୍ଦ୍ର ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ପ୍ରତିବର୍ଷ ୬୦ରୁ ୭୦ହଜାର ନବଜାତ ଶିଶୁଙ୍କ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିଛି। ସାଇଣ୍ଟିଫିକ ରିପୋର୍ଟସ ନାମକ ଏକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ସ୍ବଚ୍ଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ବ୍ୟବହାର ବୃଦ୍ଧି ଏବଂ ୨୦୦୦ ରୁ ୨୦୨୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ ପାଇଛି।
ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଆମେରିକାର ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ୨୦ ବର୍ଷ ମଧ୍ୟରେ ୩୫ ଟି ରାଜ୍ୟ / ୟୁନିଅନ ଟେରିଟୋରି ଏବଂ ୬୦୦ରୁ ଅଧିକ ଜିଲାକୁ ଜାତୀୟ ସ୍ତରରେ ବିଶ୍ଳେଷଣ କରିଛନ୍ତି। ଅଧ୍ୟୟନ ଅନୁଯାୟୀ, ଜିଲ୍ଲା ସ୍ତରରେ ଶୌଚାଳୟ ବ୍ୟବହାରରେ ୧୦ପ୍ରତିଶତ ଉନ୍ନତି, ଶିଶୁ ମୃତ୍ୟୁ ହାରରେ ୦.୯ପଏଣ୍ଟ ହ୍ରାସ ଏବଂ ପାଞ୍ଚ ବର୍ଷରୁ କମ ମୃତ୍ୟୁ ହାରରେ ୧.୧ ପଏଣ୍ଟ ହ୍ରାସ ଘଟିଛି।
ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ ଭାରତରେ ଶୌଚାଳୟ ବ୍ୟବହାର ଏବଂ ଶିଶୁ ମୃତ୍ୟୁ ମଧ୍ୟରେ ଏକ ବିପରୀତ ସମ୍ପର୍କ ଅଛି। ସେ କହିଛନ୍ତି ଯେ ଯଦି ଗୋଟିଏ ଜିଲାରେ ଶୌଚାଳୟ କଭରେଜରେ ୩୦ପ୍ରତିଶତ କିମ୍ବା ଅଧିକ ଉନ୍ନତି ହୁଏ ତେବେ ଶିଶୁ ମୃତ୍ୟୁ ହାର କମିଯାଏ। ଅଧ୍ୟୟନ ଅନୁଯାୟୀ, ଜାତୀୟ ପରିମଳ କାର୍ଯ୍ୟକ୍ରମ ଯୋଗୁଁ ଏହି ଉନ୍ନତି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri