Categories: ଜାତୀୟ

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୋଦିଙ୍କ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ, ୩।୧୦: ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଚାକିରିରୁ ଅବସର ନେବାର ୩୦ ଦିନ ପୂର୍ବରୁ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଫାଇଲ କେନ୍ଦ୍ରୀୟ ଭିଜିଲାନ୍ସ୍‌ କମିଶନ(ସିଭିସି)ଙ୍କ ଠାରେ ଦାଖଲ କରାଯିବ। ଏହାଦ୍ୱାରା ଅବସର ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ନେଇ ସମସ୍ତ ବିଭାଗକୁ ସିଭିସି ନିର୍ଦ୍ଦେଶକ ଜେ. ବିନୋଦ କୁମାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

Share