Categories: ଜାତୀୟ

ସରକାରୀ ହସ୍ପିଟାଲରେ ଡାଏଲିସିସ୍‌ କଲେ ମୋଦିଙ୍କ ଭାଇ

ଗାଜିଆବାଦ୍‌,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି (୭୧) ଗାଜିଆବାଦର ସଞ୍ଜୟ ନଗରସ୍ଥିତ ଜିଲା ସଂଯୁକ୍ତ ହସ୍ପିଟାଲରେ ଡାଏଲିସିସ କରିଛନ୍ତି। ପ୍ରହ୍ଲାଦ ମୋଦି ପ୍ରତାପ ବିହାରର ଜଣେ ବନ୍ଧୁଙ୍କ ଘରକୁ ଆସି ହସ୍ପିଟାଲ ଯାଇଥିଲେ। ଜାନୁୟାରୀ ୨୦୨୩ରୁ ତାଙ୍କୁ ସପ୍ତାହରେ ଦୁଇଥର (ସୋମବାର ଏବଂ ଗୁରୁବାର) ଡାଏଲିସିସ କରିବାକୁ ପଡେ। ସରକାରୀ ଡାକ୍ତରଖାନାରେ ଡାୟଲିସିସ କରିବାକୁ ସେ ପ୍ରାଥମିକତା ଦେଉଛନ୍ତି।
ପ୍ରହ୍ଲାଦ ମୋଦି କହିଛନ୍ତି ଯେ, ଗୁଜରାଟ ପରେ ଉତ୍ତରପ୍ରଦେଶର ସରକାରୀ ହସ୍ପିଟାଲଗୁଡ଼ିକରେ ଏହି ସୁବିଧା ମିଳିଛି। ଗୁରୁବାର ସକାଳ ୭.୩୦ରେ ପ୍ରହ୍ଲାଦ ମୋଦି ପ୍ରତାପ ବିହାରରୁ ସଞ୍ଜୟ ନଗର ମିଳିତ ଜିଲା ହସ୍ପିଟାଲରେ ପହଞ୍ଚିଥିଲେ। ସରଳ ଜୀବନଯାପନ କରୁଥିବା ପ୍ରହ୍ଲାଦ ମୋଦିଙ୍କ ପାଇଁ ହସ୍ପିଟାଲରେ କୌଣସି ବିଶେଷ ବ୍ୟବସ୍ଥା କରାଯାଇ ନ ଥିଲା। ଏପରିକି ସେ ମୋଦିଙ୍କ ଭାଇ ବୋଲି କେହି ଜାଣିପାରି ନ ଥିଲେ।

Share