Categories: ଜାତୀୟ

ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଆପଣ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଆମର ଗଣତନ୍ତ୍ର ହେଉଛି ଆମର ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ସମନ୍ବିତ ଅଭିବ୍ୟକ୍ତି ଏବଂ ଭାରତର ସମ୍ବିଧାନ ଏବଂ ବିବିଧତା ମଧ୍ୟରେ ଆମର ଏକତା। ଆସନ୍ତୁ ଏକ ଶ୍ରେଷ୍ଠ ଭାରତ-ଆତ୍ମନିର୍ଭରଶୀଳ ଭାରତ’ ନିର୍ମାଣ କରିବାକୁ ସ୍ଥିର କରିବା। ଜୟ ହିନ୍ଦ!
ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁରକ୍ଷାକର୍ମୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଏହି ସମୟରେ ସୁରକ୍ଷା କର୍ମୀମାନେ ରାସ୍ତାରେ ଯାନ ଯାଞ୍ଚ କରୁଛନ୍ତି।

Share